ଶ୍ରୀଲଙ୍କା କ୍ରିକେଟ ଦଳର ଅଧିନାୟକ ଦିନେଶ ଚାନ୍ଦିମାଲଙ୍କୁ ୪ଟି ଏକଦିବସୀୟ, ୨ଟି ଟେଷ୍ଟ ମ୍ୟାଚ ପାଇଁ ବାସନ୍ଦ କଲା ଆଇସିସି

ନୂଆଦିଲ୍ଲୀ : ଶ୍ରୀଲଙ୍କା କ୍ରିକେଟ ଦଳର ଅଧିନାୟକ ଦିନେଶ ଚାନ୍ଦିମାଲ, ମୁଖ୍ୟ କୋଚ ଚନ୍ଦ୍ରିକା ହାତୁରୁସିଂହା ଓ ଟିମ ମ୍ୟାନେଜର ଆସଙ୍କ ଗୁରୁସିଂହାଙ୍କୁ ଆଇସିସି ୪ ଟି ଏକଦିବସୀୟ ମ୍ୟାଚ  ଓ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଧ କରିଛି । କ୍ରିକେଟ ବିରୋଧୀ କାର୍ଯ୍ୟକଳାପ ପାଇଁ ଏମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ବାସନ୍ଧ ଫଳରେ  ଏହି ତିନିଜଣ ଦକ୍ଷିଣ ଆଫ୍ରିକା ବିରୋଧରେ ଆସନ୍ତା ୧ ତାରିଖରୁ ଆରମ୍ଭ ହେଉଛଥିବା ୫ଟି ଏକଦିବସୀୟ ସିରିଜର  ପ୍ରଥମ ୪ଟି ମ୍ୟାଚ ଖେଳିପାରିବେ ନାହିଁ । ଦକ୍ଷିଣ-ଆଫ୍ରିକା ବିରୋଧରେ ନିକଟରେ ସମାପ୍ତ ହୋଇଥିବା ଟେଷ୍ଟ ମ୍ୟାଚରୁ ଏମାନେ ବାଦ ପଡିଥିଲେ ।

ଗତ ଜୁନ ମାସରେ ଶ୍ରୀଲଙ୍କର େଓ୍ଵଷ୍ଟଇଣ୍ଡିଜ ଗ୍ରସ୍ତ ସମୟରେ ସେଣ୍ଟ ଲୁଇସଠାରେ ଚାଲିଥିବା ଏକ ଟେଷ୍ଟମ୍ୟାଚରେ ଏହି ଦଳ ବିରୋଧରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଥିଲା । ମ୍ୟାଚ ପରିଚାଳନା କରୁଥିବା ଦୁଇ ଅମ୍ପାୟାର ବଲକୁ ନେଇ ଆପତ୍ତି ଉଠାଇଥିଲେ । ଏହାର ବିରୋଧ କରି ଶ୍ରୀଲଙ୍କା ଦଳ ମ୍ୟାଚର ୩ୟ ଦିନରେ ପଡ଼ିଆକୁ ଓହ୍ଲାଇ ନଥିଲେ ।

ସମ୍ବନ୍ଧିତ ଖବର