ଆଇସିସି ମହିଳା ବିଶ୍ବ ଟ୍ବେଣ୍ଟି-୨୦ ଦଳରେ ଭାରତରୁ ୩ : ହର୍‌ମନ୍‌ପ୍ରୀତ୍‌ ଅଧିନାୟିକା

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ରବିବାର ସଦ୍ୟ ସମାପ୍ତ ମହିଳା ବିଶ୍ବ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ପ୍ରଦର୍ଶନ ଆଧାରକୁ ନେଇ ଚୂଡାନ୍ତ ବିଶ୍ବ ଏକାଦଶ ଦଳ ଘୋଷଣା କରିଛି। ଏହି ବିଶ୍ବ ଏକାଦଶରେ ଭାରତ ଓ ଇଂଲଣ୍ଡରୁ ୩ ଜଣ ଲେଖାଏଁ ଏବଂ ଅଷ୍ଟ୍ରେଲିଆରୁ ୨, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ୱଷ୍ଟ୍‌ଇଣ୍ଡିଜ୍‌ରୁ ‌ଜଣେ ଲେଖାଏଁ ରହିଛନ୍ତି। ଏହି ଦଳର ନେତୃତ୍ବ ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ୍‌ କୌରଙ୍କୁ ମିଳିଛି। ଅନ୍ୟ ଭାରତୀୟମାନେ ହେଲେ ପ୍ରାରମ୍ଭିକ ବ୍ୟାଟର୍‌ ସ୍ମୃତି ମାନ୍ଧାନା ଓ ଲେଗ୍‌ ସ୍ପିନର ପୁନମ ଯାଦବ। ଦ୍ବାଦଶ ଖେଳାଳି ଭାବେ ବାଂଲାଦେଶର ଜାହାନାରା ‌ଆଲମ ରହିଛନ୍ତି। ମହିଳା ବିଶ୍ବ ‌ଟ୍ବେଣ୍ଟି-୨୦ ଏକାଦଶ: ଆଲିସା ହିଲି, ଆଲିସ୍‌ ପେରି (ଅଷ୍ଟ୍ରେଲିଆ), ଆମି ଜୋନ୍ସ, ଆନ୍ୟ ଶ୍ରୁବସୋଲ, କିର୍ଷ୍ଟି ଗର୍ଡନ୍‌ (ଇଂଲଣ୍ଡ), ସ୍ମୃତି ମାନ୍ଧାନା, ହରମନ୍‌ପ୍ରୀତ କୌର, ପୁନମ ଯାଦବ (ଭାରତ), ଦେନ୍ଦ୍ରା ଡଟ୍ଟିନ୍‌ (ୱେଷ୍ଟ୍‌ଇଣ୍ଡିଜ୍‌), ଲିଗ୍‌ କାସପେରେକ (ନ୍ୟୁଜିଲାଣ୍ଡ), ଜାଭରିଆ ଖାନ୍‌ (ପାକିସ୍ତାନ), ଦ୍ବାଦଶ ଖେଳାଳି ଜାହାନାରା ‌ଆଲମ (ବାଂଲାଦେଶ)।

ସମ୍ବନ୍ଧିତ ଖବର