ଆଇସ୍ ହକି ମ୍ୟାଚ୍ ବେଳେ ପୁତିନ ପଡ଼ିଗଲେ

ସୋଚି: ସୋଚିରେ ଆୟୋଜିତ ଏକ ପ୍ରଦର୍ଶନୀ ଆଇସ୍ ହକି ମ୍ୟାଚ୍ ବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇଥିଲେ। ମ୍ୟାଚ୍ ସରିବା ପରେ ପୁତିନ ପଡ଼ିଆ ଭିତରକୁ ଯାଇ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରୁଥିଲା ବେଳେ ଅଜାଣତରେ ଏକ ଗାଲିଚା ଉପରେ ଚଢ଼ି ଯାଇଥିଲେ। ଫଳରେ ଭାରସାମ୍ୟ ହରାଇ ମୁହଁ ମାଡ଼ି ତଳେ ପଡ଼ି ଯାଇଥିଲେ। ତତକ୍ଷଣାତ୍ ଉଠି ପୁଣି ଥରେ ବରଫ ଉପରେ ସ୍କେଟିଂ କରି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହି ଘଟଣାରେ ତାଙ୍କ ଦେହରେ କୌଣସି ଗୁରୁତର ଆଘାତ ଲାଗି ନଥିବା ଜଣାପଡ଼ିଛି। ଶୁକ୍ରବାରର ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ପୁତିନଙ୍କ ଦଳ ବିଜୟୀ ହୋଇଥିଲା। ସେ ଏକାକି ୮ ଗୋଲ୍ ଦେଇଥିଲେ। ୬୬ ବର୍ଷୀୟ ପୁତିନଙ୍କର ଏହି ଭିଡିଓ କିନ୍ତୁ ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ ହୋଇଛି। ପ୍ରଶଂସକ ଏବଂ ବିରୋଧୀମାନେ ଏହାକୁ ନେଇ ଅନେକ ମଜାଦାର ମନ୍ତବ୍ୟ ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର