ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ୍‌ କପ୍: ପ୍ରଥମ ରେସ୍‌ରେ କେଭିନ୍ ବିଜେତା

ଭୁବନେଶ୍ୱର: କୋଏମ୍ବାଟୁରର କାରି ମୋଟର ସ୍ପିଡ୍‌ୱେରେ ଆୟୋଜିତ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ୍‌ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ୨୦୨୩ର ପ୍ରଥମ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନୂଆ ପିଢ଼ିର ଚାଳକମାନେ ଗୌରବ ଅଣିବା ଲାଗି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ୍‌ କପ୍‌ରେ ରେସିଂ କରିବା ସହିତ ଟ୍ରାକ୍‌ରେ ଚମତ୍କାର ବିଶ୍ୱାସ ପ୍ରଦର୍ଶନ କରିଥିଲେ। ଉଦଘାଟନୀ ପର୍ଯ୍ୟାୟରେ କେଭିନ୍ କ୍ୱିଂଟାଲ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଚେନ୍ନାଇର କେଭିନ୍ କ୍ୱିଂଟାଲ ବହୁତ ଭଲ ଆରମ୍ଭ କରିବା ସହ ରେସ୍ ଟ୍ରାକ୍‌ରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜ ପୂର୍ବ ରେସ୍‌ ଏବଂ ଆନ୍ତର୍ଜାତିକ ରେସିଂର ଅଭିଜ୍ଞତାକୁ ବ୍ୟବହାର କରି କେଭିନ୍ ଆକ୍ରମଣାତ୍ମକ ଢଙ୍ଗରେ ରେସ୍ କରିଥିଲେ ଏବଂ ୧୨:୨୪:୯୮୩ ଲ୍ୟାପ୍ ସମୟ ସହ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇଥିଲେ। ତାଙ୍କଠାରୁ ଅଳ୍ପ ଦୂରରେ ଥିବା ମୋହସିନ୍ ପି ମାତ୍ର ୧୧.୧୭୩ ସେକେଣ୍ଡ୍ ବ୍ୟବଧାନ ଯୋଗୁଁ ୧:୧୩:୨୨୫ ଲ୍ୟାପ୍ ସମୟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରକ୍ଷୀତ ଏସ୍ ଡାଭେ ୧୨:୩୮.୮୩୧ ଲ୍ୟାପ୍ ସମୟ ତୃତୀୟ ସ୍ଥାନରେ ରହିଥିଲେ। ଦୁର୍ଭାଗ୍ୟବସତଃ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଚାଳକ ବିଦାନି ରବୀନ୍ଦର ଓ ଏଏସ୍ ଜେମ୍‌ସ ରେସ୍ ଶେଷ କରିପାରିନଥିଲେ।

ରେସ୍‌-୨ରେ ମୋଟୋ ୩ ମେସିନ୍‌ରେ ରେସିଂ କରି ଚେନ୍ନାଇର କେଭିନ୍ କ୍ୱିଂଟାଲ ପୁଣି ରେ ୧:୧୨:୬୩୬ ଲ୍ୟାପ୍ ସମୟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଶାନ୍ତ ଭାବେ ପ୍ରଦର୍ଶନ ଜାରି ରଖିଥିଲେ। ସେହିପରି ଚେନ୍ନାଇର ରକ୍ଷୀତ ଏସ୍ ଡାଭେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତୃତୀୟ ସ୍ଥାନ ପାଇଁ ପ୍ରକାଶ କାମାତ ଓ ଏଏସ୍ ଜେମ୍‌ସଙ୍କ ଭିତରେ କଡ଼ା ପ୍ରତିଦ୍ୱ୍‌ଦ୍ୱିତା ଦେଖିବାକୁ ମିଳିଥିଲା। ପ୍ରକାଶ ତୃତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଥିବା ବେଳେ ଜେମ୍‌ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ମୋହସିନ ପି ଓ ସାମୁଏଲ ମାର୍ଟିନ୍ ରେସ୍ ଶେଷ କରିପାରିନଥିଲେ। ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ୍‌ କପ୍ ଏନ୍‌ଏସ୍‌ଏ୍‌୨୫୦ଆର୍‌ର ଉଦ୍‌ଘାଟନୀ ପର୍ଯ୍ୟାୟରେ ଆମ ଚାଳକ ଓ ସେମାନଙ୍କ ପ୍ରଦର୍ଶନକୁ ନେଇ ଆମେ ବେଶ ଗର୍ବିତ। ନୂଆ ରେକର୍ଡ ସ୍ଥାପନ କରିବା ଲାଗି ସବୁ ଚାଳକ ସେମାନଙ୍କ ଉତ୍ସାହ ଓ ଅଭିଳା ପ୍ରଦର୍ଶନ କରିଥିଲେ। କେଭିନ୍ ନିଜର ଆନ୍ତର୍ଜାତିକ ରେସିଂ ଅଭିଜ୍ଞତା ଅନୁସାରେ ଉପଯୁକ୍ତ ଢଙ୍ଗରେ ରେସ୍ କରିଥିଲେ। ପ୍ରତି ଚାଳକଙ୍କ ଦୃଢ଼ ସଂକଳ୍ପକୁ ଦେଇ ମୁଁ ନିଶ୍ଚିତ ଯେ ଚଳିତ ବର୍ଷ ଆମ ଦର୍ଶକ ଓ ରେସିଂ ପ୍ରେମୀଙ୍କ ପାଇଁ ଆଉ ଏକ ଆକର୍ଷଣୀୟ ସିଜନ ହେବ।’’

ସମ୍ବନ୍ଧିତ ଖବର