ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା

୧୫୦ କିଲୋମିଟର ବେଗରେ ବଲ ପକାଉଥିବା ଉମରାନଙ୍କୁ ଭାରତୀୟ ଦଳରୁ ଡକରା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷରେ ଗତ ବର୍ଷଠାରୁ ସ୍ଥଗିତ ଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ଲୋକପ୍ରିୟତା ହାସଲ କରିଥିବା ଜମ୍ମୁ ଓ କଶ୍ମୀରର ଦ୍ରୁତ ବୋଲର ଉମରାନ୍‌ ମଲ୍ଲିକ ଓ ପଂଜାବ କିଙ୍ଗସର ଅର୍ସଦୀପ ସିଂଙ୍କୁ ୧୮ ଜଣିଆ ଭାରତୀୟ ଟି-୨୦ ଦଳରେ ସ୍ଥାନ ମିଳିଛି । ଉମରାନ୍‌ ନିୟମିତଭାବେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବଲ୍‌ ପକାଇ ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜଣେ ଉଦୀୟମାନ ଷ୍ଟାରର ମାନ୍ୟତା ପାଇଛନ୍ତି । ସେହିପରି ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଜଣେ ଭରସାଯୋଗ୍ୟ ଫନିସରର ମାନ୍ୟତା ପାଇଥିବା ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । କେଏଲ ରାହୁଲ ଭାରତୀୟ ଟି୨୦ ଦଳର ନେତୃତ୍ବ କରିବେ । ସେହିପରି ଋଷଭ ପନ୍ତଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି ।

ଅନ୍ୟପକ୍ଷରେ ଗତବର୍ଷଠାରୁ ସ୍ଥଗିତ ଥିବା ଇଂଲାଣ୍ଡ ବିପକ୍ଷ ୫ମ ଟେଷ୍ଟ ଆସନ୍ତା ଜୁଲାଇ ୧ରେ ବର୍ମିହାମରେ ଖେଳାଯିବ । ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ମ୍ୟାଚଟି ସ୍ଥଗିତ ରହିଥିଲା । ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି ।

ଭାରତୀୟ ଟି-୨୦ ଦଳ : କେଏଲ.ରାହୁଲ (ଅଧିନାୟକ), ଋତୁରାଜ ଗାଇକ୍ବାଡ, ଇଶାନ କିଷନ, ଦୀପକ ହୁଦା, ଶ୍ରେୟାସ ଆୟର, ଋଷଭ ପନ୍ତ (ଉପ-ଅଧିନାୟକ), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ଯୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେସ ଖାଁ, ଅର୍ସଦୀପ ସିଂ ଓ ଉମରାନ ମଲ୍ଲିକ ।

ଭାରତୀୟ ଟେଷ୍ଟ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ.ରାହୁଲ (ଉପ-ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରି, ଚେତେଶ୍ବର ପୂଜାରା, ଋଷଭ ପନ୍ତ, କେଏସ ଭରତ, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ।

 

ସମ୍ବନ୍ଧିତ ଖବର