ନୂଆଦିଲ୍ଲୀ: ମାତ୍ର ୬ ମାସ ପରେ ଇଂଲଣ୍ଡରେ କ୍ରିକେଟ ବିଶ୍ୱକପ୍ ୨୦୧୯ ଆରମ୍ଭ ହେବ। କ୍ରିକେଟ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଭାରତ ୧୫ଟି ଦିନିକିଆ ମ୍ୟାଚ ଖେଳିବ। ମାତ୍ର ଭାରତୀୟ ଟିମ୍ ଯେଭଳି ଭାବରେ ପ୍ରଦର୍ଶନ କରୁଛି, ଆଗାମୀ ବିଶ୍ୱକପ୍ରେ ଚାମ୍ପିଅନ୍ ହେବା ଭଳି ଲାଗୁନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚଳିତ ଶୃଙ୍ଖଳା।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ସୋମବାର ମୁମ୍ବାଇରେ ୪ର୍ଥ ଦିନିକିଆ ମ୍ୟାଚ୍ ଦମ୍ଦାର ପ୍ରଦର୍ଶନ କରୁଥିବା ୱେଷ୍ଟଇଣ୍ଡଜକୁ ଭେଟିବ। ଏହି ମ୍ୟାଚରେ ଭାରତୀୟ ଟିମ୍କୁ ସଠିକ୍ ଭାବରେ ସନ୍ତୁଳନ ରଖିବାକୁ ହେବ। ଭାରତୀୟ ଟିମ୍ ଶନିବାର ପୁନେରେ ୫ଜଣ ଅଭିଜ୍ଞତା ସଂପନ୍ନ ବୋଲରଙ୍କୁ ନେଇ ଖେଳିଥିଲା। ତଥାପି ମ୍ୟାଚ ହାରିବାକୁ ପଡ଼ିଥିଲା। ଏହା ୱେଷ୍ଟଇଣ୍ଡିଜର ଚଳିତ ଭାରତ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଥମ ପରାଜୟ।
ଶୃଙ୍ଖଳା ଏବେ ୧-୧ରେ ଥିବା ବେଳେ ଆଗକୁ ୨ଟି ଦିନିକିଆ ଖେଳିବାର ଅଛି। ବିରାଟ କୋହଲିଙ୍କ ଟିମ୍ ଯଦି ଶୃଙ୍ଖଳାରେ ଅଗ୍ରଣୀ ଲାଭ କରିବାକୁ ଚାହିଁବ, ୪ର୍ଥ ଦିନିକିଆରେ ରଣନୀତି ଶୈଳୀ ପରିବର୍ତ୍ତନ କରିବାକୁ ପଡ଼ିବ। ଟେଷ୍ଟ ଶୃଙ୍ଖଳାରେ ହାରିବା ପରେ ୱେଷ୍ଟଇଣ୍ଡିଜ ଦିନିକିଆରେ ଭଲ ପ୍ରଦର୍ଶନ କରୁଛି।
ମଧ୍ୟ କ୍ରମରେ ବ୍ୟାଟସ୍ମ୍ୟାନମାନେ ସବୁବେଳେ ଅନୁନ୍ନତ ଖେଳୁଥିବାରୁ ଟିମ ଇଣ୍ଡିଆ ବେଳେ ବେଳେ ମ୍ୟାଚ ହାରି ଯାଉଛି। ଟି-୨୦ରୁ ବାହାର ହୋଇଥିବା ଧୋନି ଫର୍ମକୁ ଫେରିବାକୁ ଉଦ୍ୟମ କରିବେ। ଅବାନ୍ତି ରାୟଡୁଙ୍କୁ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ।