ଆଇଓଏ ସଭାପତି ହେବେ ବାତ୍ରା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରିନ୍ଦର ବାତ୍ରା ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ସଭାପତି ହେବା ଥୟ ହୋଇଛି। ଏହି ପଦ ପାଇଁ ଅନ୍ୟତମ ପ୍ରାର୍ଥୀ ଥିବା ଅନିଲ ଖାନ୍ନା ଗୁରୁବାର ଓହରିଯିବାରୁ ନରିନ୍ଦର ସଭାପତି ହେବା ନିଶ୍ଚିତ ହୋଇଛି। ସର୍ବଭାରତୀୟ ଟେନିସ୍‌ ସଂଘର ସଭାପତି ଥିବା ଶ୍ରୀ ଖାନ୍ନା ଓହରିବା ନିଷ୍ପତ୍ତି ଆଇଓଏ ସଦସ୍ୟଙ୍କୁ ଜଣାଇଥିଲେ। ଆସନ୍ତା ୧୪ ତାରିଖରେ ଆଇଓଏର ସାଧାରଣ ବୈଠକରେ ସଭାପତି ନିର୍ବାଚନ ହୋଇଥାଆନ୍ତା। ତେବେ ଖାନ୍ନା ଓହରିଯିବା ପରେ ବାତ୍ରା ହିଁ ଏକମାତ୍ର ପାର୍ଥୀ ରହିଥିବାରୁ ଆଉ କୌଣସି ନିର୍ବାଚନ ହେବ ଦରକାର ନାହିଁ। କେବଳ ଔପଚାରିକତା ଦୃଷ୍ଟିରୁ ନରିନ୍ଦରଙ୍କ ନାମ ସଭାପତି ଭାବେ ଘୋଷଣା କରାଯିବ। ଏହି ପ୍ରତିଯୋଗିତାରେ ତୃତୀୟ ପ୍ରତିଦ୍ୱଦ୍ୱୀ ଭାରତୀୟ ଭରୋତ୍ତୋଳନ ସଂଘର ସଭାପତି ବୀରେନ୍ଦ୍ର ପ୍ରସାଦ ବୈଶ୍ୟ ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ପୂର୍ବରୁ ଓହରିଯାଇଥିଲେ।

ସମ୍ବନ୍ଧିତ ଖବର