ଆଇଟା ୫୦କେ: ଅନମ୍‌-ଶିଳ୍ପୀ ଉପ ବିଜେତା

ଭୁବନେଶ୍ୱର: ନୂଆଦିଲ୍ଲୀର ଗୁରଗାଓଁରେ ଶେଷ ହୋଇଥିବା ଆଇଟା (ସର୍ବଭାରତୀୟ ଟେନିସ୍‌ ସଂଘ)ର ୫୦ କେ ପୁରୁଷ ଓ ମହିଳା ମାନ୍ୟତା ପ୍ରତିଯୋଗିତାରେ ଓଡ଼ିଶା ଯୋଡ଼ି ଅନମ ଅଲମାସ ଏବଂ ଶିଳ୍ପୀ ସ୍ୱରୂପା ଉପ ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ଏହି ଓଡ଼ିଶା ଯୋଡ଼ିଙ୍କୁ ଚଣ୍ଡୀଗଡ଼ର ପ୍ରିଙ୍କଲ୍‌ ସିଂହ ଏବଂ କାବିୟା ସାଓ୍ଵନୀ ୬-୩, ୮-୬ (୬-୮)ରେ ପରାସ୍ତ କରି ଦେଇଥିଲେ। ପୂର୍ବରୁ ସେମିଫାଇନାଲ୍‌ରେ ଅନମ-ଶିଳ୍ପୀ ୬-୨, ୭-୫ରେ ଚଣ୍ଡୀଗଡ଼ର ଈଶପ୍ରୀତ୍‌ କଉର୍‌ ଓ ଅସ୍ମିତା କଉର୍‌ଙ୍କୁ ପରାସ୍ତ କରି ଫାଇନାଲ୍‌ ଆସିଥିଲେ।

ସମ୍ବନ୍ଧିତ ଖବର