ଆଇପିଏଲ ବାତିଲ ହେଲେ ୩ ହଜାର କୋଟି ଟଙ୍କାର କ୍ଷତି ସହିବ ବିସିସିଆଇ

ମୁମ୍ବାଇ: କରୋନା ପାଇଁ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ କ୍ରିକେଟ୍ ମହାସମରକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଭାରତ ସରକାରଙ୍କ ପରାମର୍ଶ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ସାହା ଆଇପିଏଲ୍‌ ପରିଚାଳନା ପରିଷଦ ସହିତ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିଲେ । ଏବେ ପ୍ରଶ୍ନ ଉଠିଛି ଆଇପିଏଲ ବାତିଲ ହେଲେ କେତେ କ୍ଷତି ସହିବ ବିସିସିଆଇ | ଯଦି ସମଗ୍ର ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଥାନ୍ତା, ପ୍ରସାରଣକାରୀ ଏବଂ ଫ୍ରାଞ୍ଚାଇଜମାନେ ଅତି କମରେ ୩୦୦୦ କୋଟି ଟଙ୍କା କ୍ଷତି ସହିଥାନ୍ତେ | ସେଥିପାଇଁ କିଛି ଫ୍ରାଞ୍ଚାଇଜ୍ ମାଲିକମାନେ ଖାଲି ଷ୍ଟାଡିୟମରେ ମ୍ୟାଚ୍ କରିବାକୁ ରାଜି ହୋଇଥିଲେ। ତାଙ୍କ କହିବାନୁସାରେ, ଷ୍ଟାଡିୟମରେ କେବଳ କିଛି ପ୍ରତିଶତ ଲୋକ ମ୍ୟାଚ୍ ଦେଖନ୍ତି ଏବଂ ଏହା ବହୁତ କମ କ୍ଷତି ଘଟାଇଥାନ୍ତା |

Image courtesy: tkbsen

କିନ୍ତୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଯାଇଥିଲେ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଥାନ୍ତା | ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ବାତିଲ ହେତୁ ଅନେକ ହଜାର କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ଥିବାରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ ଆଇପିଏଲ୍ ସ୍ଥଗିତ ରଖାଯାଉଛି। ରିପୋର୍ଟ ଅନୁଯାୟୀ, ଆଠଟି ଭିନ୍ନ ଫ୍ରାଞ୍ଚାଇଜ୍ ୩୦୦-୪୦୦ କୋଟି ଟଙ୍କା କ୍ଷତି ସହିଥାନ୍ତେ | ସେହିପରି ପ୍ରସାରଣକାରୀ, ଆୟୋଜକ, ପ୍ରାୟୋଜକ ହଜାରେ କୋଟିର ବିପୁଳ କ୍ଷତି ସହିଥାନ୍ତେ |

ଭାରତୀୟ କ୍ରିକେଟ ବୋର୍ଡ ଅତି କମରେ ୩୫୦୦ କୋଟି ଟଙ୍କା ହରାଇଥାନ୍ତା। ଯଦି ଆଇପିଏଲ ବାତିଲ ହୋଇଯିବ ବିଭିନ୍ନ ସହରରେ ପରୋକ୍ଷରେ ହଜାର ହଜାର ଚାକିରି ମଧ୍ୟ ବିପଦରେ ପଡ଼ିବ। କାରଣ ଆଇପିଏଲ ମ୍ୟାଚ ଯେଉଁ ସବୁ ସହରରେ ହୋଇଥାଏ ସେଠାରେ ହୋଟେଲ ଶିଳ୍ପ ବେଶ କିଛି ଆୟ କରିଥାନ୍ତି | ଆନୁମାନିକ ଆକଳନ ଅନୁଯାୟୀ, ଭାରତର ଏହି ଲୋକପ୍ରିୟ ଟି -୨୦ ଲିଗ୍ ବାତିଲ ହେଲେ ପ୍ରାୟ ଦଶ ହଜାର କୋଟି କ୍ଷତି ହେବ।

ସମ୍ବନ୍ଧିତ ଖବର