ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫିଟ୍‌ନେସ୍‌ ଯେଉଁଭଳି ରହିଛି ସେ ସମସ୍ତ ଫର୍ମାଟ୍‌ରେ ଆହୁରି ୩ରୁ ୪ ବର୍ଷ ପର୍ଯ୍ୟନ୍ତ ଖେଳିପାରିବେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍‌ ଲି’ ୪୬ତମ ଜନ୍ମଦିନ ପାଳନ ଅବସରରେ ସାମ୍ବାଦିକମାନଙ୍କୁ ଏହି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଏକ ସମୟରେ କୋହଲି ଖରାପ ସମୟ ଦେଇ ଗତି କରିଥିବାରୁ ତାଙ୍କ ବ୍ୟାଟ୍‌ରୁ ଶତକ କିମ୍ବା ଅର୍ଦ୍ଧଶତକ ବାହାରୁନଥିଲା। ତେବେ ଏହା ହେଉଛି କ୍ରିକେଟ୍‌ର ଏକ ଅଂଶ। ଏବେ ବିଶ୍ବକପ୍‌ରେ କୋହଲି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଯେଉଁ ଲୟରେ ଏବେ ଖେଳୁଛନ୍ତି ବର୍ଷକୁ ୧୦ଟି ଶତକ ମାରିଲେ ଆସନ୍ତା ୪ ବର୍ଷ ବେଳକୁ ସେ ସଚିନ‌ ତେନ୍ଦୁଲକରଙ୍କ ୧୦୦ ଶତକର କୀର୍ତ୍ତିମାନକୁ ଟପି ଯାଇପାରିବେ ବୋଲି ଲି’ ଆଶାବ୍ୟକ୍ତ କରିଛନ୍ତି। କୋହଲି ବର୍ତ୍ତମାନ ସୁଦ୍ଧା ଆନ୍ତର୍ଜାତିକ କ୍ରିକେଟ୍‌ରେ ୭୧ ଶତକ ଅର୍ଜନ କରିଛନ୍ତି।