ମୁମ୍ବାଇ: ଗୋଡ଼ରେ ଆଘାତ କାରଣରୁ ନଭେମ୍ବର ୨୦୨୩ପରଠାରୁ କୌଣସି ମ୍ୟାଚ ଖେଳିନାହାଁନ୍ତି ଭାରତୀୟ ପେସର ମହମ୍ମଦ ସାମି | ଶେଷଥର ପାଇଁ ସେ ୨୦୨୩ରେ ହୋଇଥିବା ଦିନିକିଆ ବିଶ୍ୱକପ ଫାଇନାଲରେ ସେ ଖେଳିଥିଲେ। ସେବେଠାରୁ ଗୋଡରେ ଲାଗିଥିବା ଆଘାତ ପାଇଁ ସେ ଚିକିତ୍ସିତ ହେଉଥିଲେ | ଏବେ ଚିକିତ୍ସା ସରିଥିବା ବେଳେ ପୁଣି ଥରେ ପଡିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ସାମି | ଏଥି ପାଇଁ ସେ ଡାଏଟିଂ କରିବା ସହ ବ୍ୟୟାମ କରୁଛନ୍ତି |

Advertisment

ଏମଧ୍ୟରେ ତାଙ୍କ ସାଙ୍ଗ ଉମେଶ କୁମାର ସାମିଙ୍କ ଖାଇବା ବିଷୟରେ କହିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ସେ କହିଛନ୍ତି, "ସାମି ସବୁକିଛି ସହି ପାରିବେ, କିନ୍ତୁ ସାମି ମଟନ୍ ବିନା ବଞ୍ଚି ପାରିବେ ନାହିଁ। ମଟନ୍ ବିନା ସେ ଗୋଟିଏ ଦିନ ବହୁତ କଷ୍ଟରେ ରହିପାରିବେ | ହେଲେ ଆପଣ ଦ୍ୱିତୀୟ ଦିନରେ ତାଙ୍କୁ ଉତ୍ତେଜିତ ଦେଖିବେ ଏବଂ ତୃତୀୟ ଦିନରେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇବେ। ଯଦି ସେ ଦିନକୁ ୧କିଲୋଗ୍ରାମ ମଟନ ନ ଖାଆନ୍ତି ତେବେ ତାଙ୍କ ବୋଲିଂର ବେଗ ଘଣ୍ଟା ପ୍ରତି ୧୫ କିଲୋମିଟର ପର୍ଯ୍ୟନ୍ତ କମିଯାଏ |"

ଏହା ପୂର୍ବରୁ ଉମେଶ କହିଥିଲେ ଯେ, “ସାମି ମ୍ୟାଚ୍ ଫିକ୍ସିଂର ଆରୋପ ଲାଗିବା ସମୟରେ ମୋ ସହ ରହୁଥିଲେ। ମ୍ୟାଚ୍ ଫିକ୍ସିଂର ଆରୋପ ଲାଗିବା ପରେ ତାଙ୍କର ଯାଞ୍ଚ କରାଯାଇଥିଲା। ଯେଉଁଦିନ ରାତିରେ ଯାଞ୍ଚ ହୋଇଥିଲା ସେଦିନ ରାତିରେ ସେ ଶୋଇନଥିଲେ। ମୁଁ ଭୋର ୪ଟା ବେଳେ ପାଣି ପିଇବାକୁ ଉଠିବା ବେଳେ ସେ ବାଲକୋନୀରେ ବସିଥିଲେ। ତାଙ୍କୁ ଦେଖି ମୁଁ ଚମକିପଡ଼ିଲି। ପରେ ତାଙ୍କ ସହ କଥା ହେବାରୁ ଜାଣିପାରିଲି ଯେ, ସେ ଜୀବନ ହାରିବା ବିଷୟରେ ଚିନ୍ତା କରୁଥିଲେ। ସେ ମୋତେ କହିଥିଲେ ମୁଁ ସବୁ ସହିଯିବି। ହେଲେ ଦେଶ ପ୍ରତି ବିଶ୍ବାସଘାତକତା କରିଥିବାର ଆରୋପ ସହିପାରିବି ନାହିଁ। କିଛି ଦିନ ବିତିବା ପରେ ତାଙ୍କୁ ମ୍ୟାଚ୍ ଫିକ୍ସିଂ ଆରୋପରୁ କ୍ଲିନ ଚିଟ୍ ମିଳିଥିଲା। ସେହି ଦିନ ସାମିଙ୍କ ପାଇଁ ବହୁତ ବଡ଼ ଖୁସିର ଦିନ ଥିଲା।”