ଦାବି ପୂରଣ ନହେଲେ ଏସୀୟ କ୍ରୀଡ଼ାରେ ଭାଗ ନେବୁନି: ସାକ୍ଷୀ ମଲ୍ଲିକ

ନୂଆଦିଲ୍ଲୀ : ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଭାରତୀୟ ଶୀର୍ଷ କୁସ୍ତିଯୋଦ୍ଧାମାନେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ନାହିଁ। ସୋନିପତ୍‌ରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ବେଳେ ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକ ଏହା କହିଛନ୍ତି। କୁସ୍ତିଯୋଦ୍ଧାମାନେ ଏବେ ଗୁରୁତର ମାନସିକ ଚାପ ଭିତରେ ଗତି କରୁଛନ୍ତି, ଯାହାକୁ କେହି ବୁଝିବା ପରିସ୍ଥିତିରେ ନାହାନ୍ତି ବୋଲି ସାକ୍ଷୀ କହିଛନ୍ତି। ସୂଚନାଯୋଗ୍ୟ ଏସୀୟ କ୍ରୀଡ଼ା ଟ‌୍ରାଏଲ୍ସ ଆରମ୍ଭ ହେଉଛି। ଏସୀୟ ଯୋଗ୍ୟତା ପାଇବାକୁ ହେଲେ ଟ୍ରାଏଲ୍ସରେ ଭାଗ ନେବା ଆବଶ୍ୟକ। କିନ୍ତୁ କୁସ୍ତିଯୋଦ୍ଧାମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ପୂର୍ବରୁ ବୁଧବାର ସାକ୍ଷୀ ଓ ବଜରଙ୍ଗ ପୁନିଆଙ୍କ ସହ ଏକାଧିକ କୁସ୍ତିଯୋଦ୍ଧା କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସାକ୍ଷାତ କରିଥିଲେ। ସରକାର ପୁଲିସ୍‌ ତଦନ୍ତ ଶେଷ କରିବାକୁ ୧୫ ତାରିଖ ପର୍ଯ୍ୟନ୍ତ ସମୟ ନେଇଥିବାରୁ ସେପର୍ଯ୍ୟନ୍ତ ଆନ୍ଦୋଳନ ହେବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର