ମୁମ୍ବାଇ: ଜଣେ ଭାରତୀୟଙ୍କର ବିଦେଶୀ ଖେଳାଳିଙ୍କ ମୋହ ଦେଖି ସେ ନିଜର କ୍ଷୋଭ ପ୍ରକାଶ କରି ବିବାଦ ପରିସରଭୁକ୍ତ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଯୁବକ ଜଣକ ବିରାଟଙ୍କ ସହ ତୁଳନା କରି କହିଥିଲେ କି ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳୀ ଖେଳୁଥିବା ବେଳେ ବେଶି ଉପଭୋଗ କରନ୍ତି। ଉକ୍ତ ଖେଳପ୍ରେମୀ ଜଣଙ୍କୁ ଉତ୍ତର ଦେଇ ବିରାଟ ବୁଧବାର ଏକ ଭିଡିଓ ସେୟାର୍ କରିଥିଲେ। ଭିଡିଓ ମାଧ୍ୟମରେ ସେ କହିଥିଲେ କି ‘ଯଦି ବିଦେଶୀ ଖେଳାଳି ଭଲ ଲାଗୁଛନ୍ତି ତେବେ ବିଦେଶ ପଳାଅ। ଭାରତରେ ରହି ବିଦେଶୀଙ୍କୁ ଭଲପାଅ ନାହିଁ।’
ବିରାଟଙ୍କର ଏପରି ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ)। ଦିଲ୍ଲୀ କ୍ରିକେଟରଙ୍କ ଏପରି ବୟାନ ଶୁଣିବା ପରେ ବିସିସିଆଇ ପକ୍ଷରୁ କୁହାଯାଇଥିଲା କି ବିରାଟ ‘ଭାରତ ପରିତ୍ୟାଗ କର’ କହି କେନ୍ଦ୍ରୀୟ ଚୁକ୍ତି ଉଲଂଘନ କରିଛନ୍ତି। କ୍ରିକେଟ୍ ପ୍ରଶଂସକ ଓ ସେମାନଙ୍କ ପସନ୍ଦକୁ ବିସିସିଆଇ ସମ୍ମାନ କରେ।
I guess trolling isn’t for me guys, I’ll stick to getting trolled! ?
I spoke about how “these Indians” was mentioned in the comment and that’s all. I’m all for freedom of choice. ? Keep it light guys and enjoy the festive season. Love and peace to all. ✌?— Virat Kohli (@imVkohli) 8 November 2018
ଏ ନେଇ ବିସିସିଆଇର ଜଣେ ଅଧିକାରୀ କହିଥିଲେ ‘ପ୍ରଶଂସକମାନେ ଯଦି ଅଲଗା ଦେଶକୁ ପଳାନ୍ତି ପୁମା, ନାଇକ୍ ପରି କମ୍ପାନି ଆଉ ୧୦୦ କୋଟି ଟଙ୍କା ଲେଖାଏର ଦେଇ ଚୁକ୍ତି କରିବେ ନାହିଁ। ଯାହା ଫଳରେ ବିସିସିଆଇର ରୋଜଗାର କମିବ। ବିରାଟ ପୂର୍ବରୁ କରିଥିବା ଚୁକ୍ତିକୁ ଦୃଷ୍ଟି ଦେଲେ ଜାଣିପାରିବେ ଯେ ସେ କରିଥିବା ଚୁକ୍ତିର କିଛି ନୀତିକୁ ଉଲଂଘନ କରିଛନ୍ତି।’
ଟୁଇଟର୍ରେ ଏ ସଂପର୍କରେ ନିଜର ମତ ରଖିଛନ୍ତି ବିରାଟ। ତାଙ୍କୁ ନେଇ ହୋଇଥିବା ବିବାଦକୁ ଟିକେ ହାଲୁକା କରିବକୁ ଯାଇ ସେ ନିଜକୁ ଟ୍ରୋଲ୍ କରିବାକୁ ଏପରି କହିଥିଲେ ବୋଲି ମତ ରଖିଛନ୍ତି। ବିରାଟ ଟୁଇଟ୍ କରିଛନ୍ତି ‘ମୋତେ ଲାଗୁଛି କି ଟ୍ରୋଲିଂ ମୋ ପାଇଁ ନୁହେଁ। ତେବେ ବି ମୁଁ ଟ୍ରୋଲ୍ ହେବି। ଫ୍ୟାନଙ୍କ କମେଣ୍ଟରେ ‘ଏହି ଭାରତୀୟମାନେ’ ଶବ୍ଦଟି ଯେଭଳି ବ୍ୟବହାର ହୋଇଥିଲା ମୁଁ କେବଳ ତାହା ଉପରେ ମତ ରଖିଥିଲି। ସମସ୍ତଙ୍କ ବ୍ୟକ୍ତିଗତ ପସନ୍ଦକୁ ମୁଁ ସମର୍ଥନ କରେ। ଏହାକୁ ସାଧାରଣ ଭାବେ ନିଅନ୍ତୁ ଏବଂ ପାର୍ବଣ ଋତୁକୁ ଉପଭୋଗ କରନ୍ତୁ। ସମସ୍ତଙ୍କୁ ଭଲପାଇବା।