ମୁଁ ‌ଜଣେ ଅପରାଧୀ ନୁହେଁ: ୱାର୍ଣ୍ଣର

ସିଡ୍‌ନି: ଅଷ୍ଟ୍ରେଲିଆ ବ୍ୟାଟର୍‌ ଡେଭିଡ୍‌ ୱାର୍ଣ୍ଣର ନିଜକୁ ଏବେ ବି ଜଣେ ଅପରାଧୀ ବୋଲି ମଣିନାହାନ୍ତି। ଜୀବନବ୍ୟାପୀ ତାଙ୍କୁ ନେତୃତ୍ବ ନେବାରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପ୍ରତିବନ୍ଧକ ଲଗାଇଥିବାରୁ, ଏହାକୁ ପ୍ରତ୍ୟାହାର କରିବା ପାଇଁ ଆବେଦନ କରିବାକୁ ତାଙ୍କର ଅଧିକାର ଥିବା ସାମ୍ବାଦିକଙ୍କୁ କହିଛନ୍ତି। ୱାର୍ଣ୍ଣରଙ୍କୁ ୨୦୧୮ କେପ୍‌ ଟାଉନ୍‌ ଟେଷ୍ଟ ସମୟରେ ବଲ୍‌ ଟାମ୍ପରିଂ ମାମଲାରେ ଆଜୀବନ ନେତୃତ୍ବ ନେବାରୁ ବାସନ୍ଦ କରାଯାଇଥିଲା। କିନ୍ତୁ ଏବେ କ୍ରିକେଟ୍‌ ଅଷ୍ଟ୍ରେଲିଆ ସମ୍ବିଧାନରେ ଏ ସଂପର୍କିତ ଧାରାରେ ସଂଶୋଧନ କରାଯାଇଛି।

ଯାହାଫଳରେ ସେ ତାଙ୍କ ବାସନ୍ଦାଦେଶକୁ ଉଠାଇବାକୁ ଆବେଦନ କରିପାରିବେ। ତାଙ୍କ ମତରେ ଏହି ଘଟଣାକୁ ବହୁତ ଦିନ ବିତିଗଲାଣି। ହେଲେ ଏଥିଯୋଗୁଁ ସେ ଓ ତାଙ୍କ ପରିବାର ନିନ୍ଦିତ ହୋଇଛି। କିନ୍ତୁ ଜଣଙ୍କୁ ଆଜୀବନ ବାସନ୍ଦ କରିବା ଦ୍ବାରା ନିରୁତ୍ସାହିତ ଲାଗୁଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ସହିତ ଏବେ ଖାପ୍‌ ଖୁଆଇ ସାରିଲିଣି। ତେଣୁ ବାସନ୍ଦ ଉଠାଇବା ପାଇଁ ଆବେଦନ କରିବା ଅଧିକାର ଅଛି ବୋଲି ୱାର୍ଣ୍ଣର କହିଛନ୍ତି।

ସମ୍ବନ୍ଧିତ ଖବର