ବିସିସିଆଇ ଓ ଆଇସିସିକୁ ଆଇଏମ୍‌ଏର ପରାମର୍ଶ

ନୂଆଦିଲ୍ଲୀ: ଫିରୋଜା ସାହା କୋଟଲା ଟେଷ୍ଟ୍‍ ବେଳେ ଉଠିଥିବା ପ୍ରଦୂଷଣ ପ୍ରସଙ୍ଗ ଏବେ ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ)କୁ ଜାଗ୍ରତ କରାଇଛି। କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ପଡ଼ିଆ ନିର୍ଧାରଣ ବେଳେ ବିସିସିଆଇ ଏବଂ ଆଇସିସି ସମ୍ପୃକ୍ତ ଅଞ୍ଚଳର ପ୍ରଦୂଷଣ ମାତ୍ରାକୁ ଅନ୍ୟତମ ଖେଳ ପରିସ୍ଥିତି ଭାବେ ପରିଗଣିତ କରିବାକୁ ଆଇଏମ୍‌ଏ ନିବେଦନ କରିଛି। ସଂଘର ଜାତୀୟ ସଭାପତି କେ କେ ଅଗ୍ରଓ୍ଵାଲ ଲେଖିଥିବା ପତ୍ରରେ ଏହା ଉଲ୍ଲେଖ କରିଛନ୍ତି ଯେ, ବର୍ଷା ଓ ଆଲୋକ ଅଭାବକୁ ଯେଭଳି ଖେଳ ପରିସ୍ଥିତିର ଅଂଶ ବିଶେଷ ଭାବେ ନିଆଯାଇଛି ପ୍ରଦୂଷଣକୁ ଅନ୍ୟତମ ମାନଦଣ୍ଡ ରଖାଯିବା ଉଚିତ୍‌। ଏହାକୁ ନିୟମାବଳୀରେ ସ୍ଥାନ ଦେବାକୁ ଆମେ ଅନୁରୋଧ କରିଛୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର