ଆସନ୍ତା ଆଇପିଏଲରେ ଲାଗୁ ହେବ ଏହି ନୂଆ ନିୟମ

ମୁମ୍ବାଇ : ଆସନ୍ତା ଆଇପିଏଲ ସିଜିନରେ ଏକ ନୂଆ ପ୍ରୟୋଗ ଦେଖିବାକୁ ମିଳିବ । ଗୋଟିଏ ଟିମ ମ୍ୟାଚର ୧୪ ଓଭର ପୂର୍ବରୁ ନିଜର ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ଜଣକୁ ବଦଳାଇ ଆଉ ଜଣେ ଖେଳାଳିଙ୍କୁ ଭର୍ତ୍ତି କରିପାରିବ । ଏହି ଖେଳାଳିଙ୍କୁ ଇମ୍ପାକ୍ଟ ପ୍ଲେୟର ବୋଲି କୁହାଯାଉଛି । ଏହି ବ୍ୟବସ୍ଥା ଦ୍ବାରା ଗୋଟିଏ ଟିମ ପିଚ ଓ ମ୍ୟାଚର ପରିସ୍ଥିତିକୁ ଦେଇ ଏହି ରଣନୈତିକ ନିଷ୍ପତ୍ତି ନେଇପାରିବେ ।

ଏ ସଂପର୍କରେ ଆଜି ବିସିସିଆଇ ପକ୍ଷରୁ ଏକ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ଏହା ସମ୍ପର୍କରେ ସବିଶେଷ ନିୟମାବଳୀ ଆଇପିଏଲ ନିଲାମୀ ପୂର୍ବରୁ ଜଣାପଡ଼ିବାର ସମ୍ଭାବନା ରହିଛି ।

ପ୍ରଥମ ଥର ପାଇଁ ଏହି ପ୍ରୟୋଗ ଅଷ୍ଟ୍ରେଲିଆର ଟି-୨୦ ଲିଗ୍ ବିଗ୍ ବାସରେ ହୋଇଥିଲା । ଭାରତରେ ଗତ ଅକ୍ଟୋବର/ନଭେମ୍ବରରେ ଅନୁଷ୍ଠିତ  ସୟଦ ମୁସ୍ତାକ ଅଲି ଟ୍ରଫିର ୨୦୨୨/୨୩ ଋତୁରେ ପ୍ରଥମ ଥର ପାଇଁ ଏହି ବଦଳ ଖେଳାଳି ବ୍ୟବସ୍ଥାର ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା । ଏହା ପରେ ଆଇପିଏଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଦିଲ୍ଲୀର ଋତିକ୍ ଶୋକିନ୍ ପ୍ରଥମ ଖେଳାଳି ହୋଇଥିଲେ ଯିଏ ଭାରତରେ ଟି-୨୦ କ୍ରିକେଟ୍ ଇତିହାସରେ  ପ୍ରଥମ ବଦଳ ଖେଳାଳି ଭାବରେ ବ୍ୟବହୃତ ହୋଇଥିଲେ।

ସମ୍ବନ୍ଧିତ ଖବର