ଟି-୨୦ ବିଶ୍ବକପ୍ :  ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ଆବୁଧାବି :  ସ୍ଥାନୀୟ ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଟି୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯ଼ାଉଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ଚଳିତ ବିଶ୍ବକପରେ ଓ୍ବେଷ୍ଟଇଣ୍ଡିଜର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ । ବର୍ତ୍ତମାନର ବିଶ୍ବ ଚାମ୍ପିଅନ ହୋଇଥିଲେ ବି ଏହି ଦଳ ୪ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚଟି ଡ୍ବାଇନ ବ୍ରାଭୋଙ୍କ ଶେଷ ଅନ୍ତର୍ଜାତୀୟ ଟି୨୦ ହୋଇଥିବାରୁ ଦଳ ମ୍ୟାଚରେ ବିଜୟ ହୋଇ ତାଙ୍କୁ ବିଦାୟ ଦେବାକୁ ଚାହିଁବ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଆଜିର ମ୍ୟାଚ ଜିତିଲେ ସେମିଫାଇନାଲ ପାଇଁ ନିଜର ସ୍ଥାନ ସୁରକ୍ଷିତ କରିପାରିବ । କିନ୍ତୁ ଏଥିପାଇଁ ଦଳକୁ ଏକ ବଡ ବିଜୟ ହାସଲ କରିବାକୁ ହେବ । ଏଣୁ ଆଜି ମ୍ୟାଚଟି କଡା ପ୍ରତିଦ୍ବନ୍ଦିତାପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।

ଆଜିର ୨ୟ ମ୍ୟାଚରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବ ବହନ କରୁଛି । ଦକ୍ଷିଣ ଆଫ୍ରିକା ଯ଼ଦି ଭଲ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରେ ତେବେ ସେମିକୁ ଯିବାର ଆଶା ରହିଛି ।

ସମ୍ବନ୍ଧିତ ଖବର