ଇସଲାମାବାଦ: ପାକିସ୍ତାନ ତହରିକ-ଏ-ଇନ୍ସାଫ୍(ପିଟିଆଇ) ସୁପ୍ରିମୋ ଇମ୍ରାନ୍ ଖାଁ ୬ ଦିନ ପରେ ପାକିସ୍ତାନର ୧୯ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏଥି ପାଇଁ ରାଷ୍ଟ୍ରପତି ଭବନରେ ଜୋରଦାର ପ୍ରସ୍ତୁତି ଚାଲିଛି। ଅତିଥିମାନଙ୍କୁ ପିଟିଆଇ ତରଫରୁ ନିମନ୍ତ୍ରଣ କରାଯାଉଛି। ପୂର୍ବତନ କ୍ରିକେଟର ଇମ୍ରାନ ତାଙ୍କର ପୁରୁଣା ଭାରତୀୟ ସାଙ୍ଗମାନଙ୍କୁ ମଧ୍ୟ ଭୁଲି ନାହାନ୍ତି। ସେଥିପାଇଁ ସେ କପିଳ ଦେବ ଓ ନଭଜ୍ୟୋତ ସିଧୁଙ୍କୁ ନିମନ୍ତ୍ରଣ କରିଛନ୍ତି।
ବିଗତ ୩ ଦଶନ୍ଧି ହେବ ସିଧୁ ଜଣେ କ୍ରିକେଟେର ଓ ଉଦ୍ଘୋଷକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ବ୍ୟକ୍ତିଗତ ପରିଚୟ ଯୋଗୁଁ ସେ ଇମ୍ରାନଙ୍କ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ପାଇଛନ୍ତି। ‘ଇମ୍ରାନ୍ ଖାଁ ଶୁକ୍ରବାର ମୋତେ ଶୁକ୍ରବାର ନିମନ୍ତ୍ରଣ କରିଛନ୍ତି।’ ଆମେ ଉଭୟ କିଛି ସମୟ ପାଇଁ ଚାଟ କରିଛୁ। ମୁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ଏହା ବ୍ୟକ୍ତିଗତ ନିମନ୍ତ୍ରଣ ଓ ମୁଁ ଏହାକୁ କେନ୍ଦ୍ର ସରକାରଙ୍କୁ ପଠାଇବି ବୋଲି ଜାତୀୟ ଗଣମାଧ୍ୟମକୁ ସିଧୁ କହିଛନ୍ତି।
/sambad/media/post_attachments/wp-content/uploads/2018/07/26_07_2018-26imrankhan_18243843-300x249.jpg)
ପିଟିଆଇ ଚେୟାରମ୍ୟାନ୍ଙ୍କ ସଚିବ ସିଧୁଙ୍କୁ କହିଛନ୍ତି, ‘ପିଟିଆଇ’ର ଚେୟାରମ୍ୟାନଙ୍କ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ ସମାରୋହକୁ ଆପଣଙ୍କୁ ନିମନ୍ତ୍ରଣ କରି ଆମେ ଖୁସି ଅନୁଭବ କରୁଛୁ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁ ରାଜଧାନୀ ଇସଲାମାବାଦରେ ୨୦୧୮ ଅଗଷ୍ଟ ୧୮(ଶନିବାର) ଶପଥ ଗ୍ରହଣ କରିବେ। ସିଧୁ କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଟିମ ଅଧିନାୟକ କପିଳ ଦେବଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/sidhu-and-kapil.jpg)