ସଚିନଙ୍କୁ ‘ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌’ ଦର୍ଶାଇଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସ୍ବତନ୍ତ୍ର ସଚିବ ନଇମ ଉଲ ହକ୍‌ ଟ୍ବିଟର୍‌ରେ ତାଙ୍କ ଅଜ୍ଞତା ପରିଚୟ ଦେଇଛନ୍ତି। ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ଛାଡ଼ି ତାହାକୁ ‘ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ୧୯୬୯’ ଦର୍ଶାଇଛନ୍ତି। ଫଟୋ ଛାଡ଼ିବା ମାତ୍ରେ ଏହାକୁ ନେଇ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି। ମନ୍ତବ୍ୟ ସ୍ଥାନରେ ଜଣେ ପ୍ରଶ˚ସକ ବିରାଟ କୋହଲିଙ୍କ ପିଲାଦିନର ଫଟୋ ଛାଡ଼ି ସେଥିରେ ‘ଇଞ୍ଜମାମ୍‌ ଉଲ୍‌ ହକ୍‌ ୧୯୭୬’ ଲେଖିଛନ୍ତି। ଅନ୍ୟଜଣେ ପ୍ରଶ˚ସକ ବଲିଉଡ ସିନେମା ଲଗାନର ଏକ ଫଟୋ ଛାଡ଼ି ସେଥିରେ ‘୧୯୮୦ରେ ଜୋଶ ବଟଲର ଓ ରବିଚନ୍ଦ୍ରନ ଅଶ୍ବିନୀ’ ବୋଲି ଲେଖିଛନ୍ତି। ସେହିପରି ଜଣେ ଶିଶୁ ହାଇ ମାରୁଥିବା ଫଟୋ ଛାଡ଼ି ସେଥିରେ ‘ସରଫରାଜ ୧୯୮୭’ ଲେଖାଯାଇଛି। ଅନ୍ୟ ଏକ ବ୍ୟକ୍ତି ଭାରତୀୟ ଵିକେଟ ରକ୍ଷକ ମହେନ୍ଦ୍ର ସି˚ହ ଧୋନିଙ୍କ ପୁରୁଣା ଫଟୋ ଛାଡ଼ି ‘କମରାନ ଆକମଲ ୨୦୦୭’ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଆଉ ଏକ ମନ୍ତବ୍ୟରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ୟୁସୁଫ ଓ ୟୁନିସ ଖାନ୍‌ଙ୍କ ଫଟୋରେ ‘ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲି ୧୯୮୨’ ଲେଖିଥିବା ଦେଖାଯାଇଛି। ଗତ ରବିବାର ପାକିସ୍ତାନ ଭାରତଠୁ ୮୯ ରନ୍‌ରେ ପରାଜିତ ହେବା ପରେ ଦଳକୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ଏହା ପରଠୁ ଏହି ଦଳ ବିଭିନ୍ନ ମଜାଦାର କଥାର ଏକ ଅ˚ଶ ପାଲଟିଯାଇଛି। କେତେକ ପ୍ରଶ˚ସକ ଖେଳାଳିମାନଙ୍କ ଶାରୀରିକ ଦକ୍ଷତା ଓ ପ୍ରଶିକ୍ଷଣ ଶୈଳୀକୁ ନେଇ ଆଲୋଚନା କରିଛନ୍ତି। ଦଳ ପରାଜିତ ହେବା ପରେ ଅନେକ ପ୍ରଶ˚ସକ ନିରାଶ ବ୍ୟକ୍ତ କରିଥିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ପାକିସ୍ତାନ ଖେଳାଳିମାନେ ଦଳର ଅନୁଶାସନକୁ ଭୁଲି ପାଖ ରେସ୍ତୋରାଁରେ ଖାଇବାକୁ ଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ଭାରତୀୟ ଦଳ ତାହାର ଭାବମୂର୍ତ୍ତି ନିର୍ମଳ ରଖି ପାକିସ୍ତାନ ବିପକ୍ଷରେ ୭-୦ର ବିଜୟଧାରା ବଜାୟ ରଖିବା ସହ ଆଉ ଏକ କୀର୍ତ୍ତିମାନ କରିଥିଲା। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନଠୁ ଭାରତ ପରାଜିତ ହୋଇଥିଲା। ହେଲେ ଏହାପରଠୁ ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହି ଆସୁଥିଲା। ଅନ୍ୟପଟେ ବିଶ୍ବକପ୍‌ ଶେଷରେ ଦଳର ପ୍ରଦର୍ଶନର ସମୀକ୍ଷା କରାଯିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହି ସାରିଛି। ପ୍ରତିଯୋଗିତାରେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। କେବଳ ଇ˚ଲଣ୍ତକୁ ହରାଇଥିଲାବେଳେ ୱେଷ୍ଟ୍‌ଇଣ୍ଡିଜ୍‌, ଅଷ୍ଟ୍ରେଲିଆ ଓ ଭାରତଠୁ ପରାସ୍ତ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ଦଳ ଏବେ ୩ ପଏଣ୍ଟ୍‌ ସହ ଅଷ୍ଟମ ସ୍ଥାନରେ ରହିଛି। ଦଳ ତାହାର ପରବର୍ତ୍ତୀ ମ୍ୟାଚ୍‌ ୨୩ ତାରିଖରେ ଦକ୍ଷିଣ ଆଫ୍ରିକା ସହିତ ଖେଳିବ।

ସମ୍ବନ୍ଧିତ ଖବର