ମୃତ୍ୟୁ ପୂର୍ବରୁ ମୁଁ ଧୋନିଙ୍କୁ ଛକା ମାରୁଥିବାର ଦେଖିବାକୁ ଚାହେଁ: ଗାଭାସ୍କର

ନୂଆଦିଲ୍ଲୀ: ମୃତ୍ୟୁ ପୂର୍ବରୁ ମୁଁ ଧୋନିଙ୍କୁ ଛକା ମାରୁଥିବାର ଦେଖିବାକୁ ଚାହେଁ। ଏଭଳି କହି ଚର୍ଚ୍ଚାରେ ବ୍ୟାଟିଂ କିମ୍ବଦନ୍ତି ସୁନିଲ ଗାଭାସ୍କର। କିଛି ଦିନ ତଳେ ସୁନିଲ ଗାଭାସ୍କରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ପଡ଼ିଆରେ ଦୌଡ଼ି ଦୌଡ଼ି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପାଖକୁ ଯାଇଥିଲେ ଏବଂ ନିଜ ସାର୍ଟରେ ତାଙ୍କର ଅଟୋଗ୍ରାଫ ନେଇଥିଲେ। ଏହି ଘଟଣା ପରେ ଏକ ସାକ୍ଷାତକାରରେ ସେ ଧୋନିଙ୍କୁ ନେଇ ଯେଉଁ କଥା କହିଥିଲେ, ତା’ର ଭିଡିଓ ଏବେ ଭାଇରାଲ ହୋଇଛି।

ଏକ ସାକ୍ଷାତକାରରେ ଧୋନିଙ୍କଠାରୁ ଏଭଳି ଅଟୋଗ୍ରାଫ ନେବା ବିଷୟରେ କହି ସୁନୀଲ କହିଥିଲେ, ସେ ସମୟ ମୋ ପାଇଁ ଭାବପ୍ରବଣ ଭରା ଥିଲା। ଧୋନି ଭାରତୀୟ କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି। ମୁଁ ମୋ ଜୀବନର ଶେଷ ମୁହୂର୍ତ୍ତରେ ୨ ମିନିଟରେ ଦୁଇଟି ଅବିସ୍ମରଣୀୟ ମୁହୂର୍ତ୍ତକୁ ଦେଖିବାକୁ ଚାହିଁବି। ଗୋଟିଏ ହେଉଛି ୧୯୮୩ ମସିହାରେ କପିଳ ଦେବ ବିଶ୍ବକପ୍ ଟ୍ରଫି ଉଠାଇବା ଏବଂ ଦ୍ବିତୀୟଟି ୨୦୧୧ ବିଶ୍ବକପ୍‌ ଫାଇନାଲ୍‌ରେ ମହେନ୍ଦ୍ର ସିଂହ ଧୋନି ବିଜୟୀ ଛକା ମାରିବା ପରେ କିଭଳି ହାତରେ ବ୍ୟାଟ୍ ଘୁରାଇଥିଲେ। ଏହି ଦୁଇଟି ମୁହୂର୍ତ୍ତକୁ ଦେଖିପାରିଲେ ମୁଁ ଖୁସିରେ ଓ ଶାନ୍ତିରେ ମରିପାରିବି’।

ତେବେ ସାକ୍ଷାତକାରଟି ମ‌େ’ ମାସର ହୋଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର