ରାଜ୍ୟ ସ୍ନକର: ଜିତେନଙ୍କୁ ହରାଇ କ୍ୱାର୍ଟରରେ ରାଜା

ଭୁବନେଶ୍ୱର: କଟକ କ୍ଲବ୍‌ଠାରେ ଚାଲିଥିବା ରାଜ୍ୟ ସ୍ନକର ପ୍ରତିଯୋଗିତାରେ ମହମ୍ମଦ ରାଜା, ସିଦ୍ଧାର୍ଥ ସେନ୍‌ ଏବଂ ଆକ୍ରମ ଖାନ୍‌ କ୍ୱାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛନ୍ତି। ମଙ୍ଗଳବାର ମହମ୍ମଦ ରାଜା ତୃତୀୟ ମାନ୍ୟତାପ୍ରାପ୍ତ ଜିତେନ ଷଡ଼ଙ୍ଗୀଙ୍କୁ ୩-୧ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ରାଜା ପରାଜୟରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ୧୨-୪୮, ୫୪-୩୫, ୬୩-୪୬, ୭୪-୨୭ରେ ବାଜି ମାରି ନେଇଥିଳେ। ଆକ୍ରମ ଖାନ୍‌ ୩-୦ରେ (୬୪-୩୩, ୬୬-୪୭, ୬୨-୨୫)ରେ ଚନ୍ଦ୍ର ମହାନ୍ତିଙ୍କୁ ଏବଂ ସିଦ୍ଧାର୍ଥ ସେନ୍‌ ୩-୦ରେ (୭୬-୧୧, ୫୪-୨୦, ୫୯-୧୫)ରେ ଏକତରଫା ଭାବେ ମିଶାଲ ସ୍ୱାଇଁଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର