ଭୁବନେଶ୍ବର: ଓଡ଼ିଶା ରୋଲ୍ ବଲ୍ ସଂଘ ପକ୍ଷରୁ ଅନୁଷ୍ଠିତ ସର୍ବପ୍ରଥମ ଓଡ଼ିଶା ରୋଲ୍ ବଲ୍ ଲିଗ୍‌ରେ ଅନୁଗୁଳ ଆଭେଞ୍ଜର୍ସ ବିଜେତା ‌ହୋଇଛି। ଫାଇନାଲରେ ଅନୁଗୁଳ ୧୧-୭ ଗୋଲ୍‌ରେ ପୁରୀ ପେସର୍ସକୁ ପରାସ୍ତ କରିଥିଲା। ଆରାଧ୍ୟା ମଞ୍ଜରୀ ଦେବୀଙ୍କ ନେତୃତ୍ବରେ ଖେଳିଥିବା ଅନୁଗୁଳ ଦଳର ଆଇକନ୍‌ ପ୍ଲେୟାର ପ୍ରୀତୀଶ ଆର୍ଯ୍ୟନ ଜେନା ଫାଇନାଲ୍‌ର ସମସ୍ତ ୧୧ ଗୋଲ୍‌ ଦେବା ସହ ମୋଟ ୪୫ ଗୋଲ୍ ସ୍କୋର କରି ପ୍ରତିଯୋଗିତାର ଶ୍ରେଷ୍ଠ ‌ଖେଳାଳି ବିବେଚିତ ହୋଇଥିଲେ। ପ୍ରୀତ ପ୍ରୀତମ ଜେନାଙ୍କ ନେତୃତ୍ବରେ ଖେଳିଥିବା ପୁରୀ ପେସର୍ସରେ ରିଧାନିୟା ସଚିଦାନନ୍ଦନ ଆଇକନ୍ ପ୍ଲେୟାର ଥିଲେ। ସେହିଭଳି କଟକ ସେଲଟିକ୍ସକୁ ୬-୨ ଗୋଲ୍‌ରେ ହରାଇ ବ୍ରହ୍ମପୁର ଦ୍ବିତୀୟ ରନର୍‌ ଅପ୍‌ ହୋଇଥିଲା।

Advertisment

ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଉଦ୍‌ଘାଟନ କରିଥିବାବେଳେ ବିଶ୍ବବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ରବି ନାରାୟଣ ରାଉତରାୟ, ବ୍ରହ୍ମପୁର ବ୍ଲେଜର୍ସ ମାଲିକ ମିଷ୍ଟର୍ ଲୋକେଶ, ଭୁବନେଶ୍ବର ବୁଲ୍ସ ମାଲିକାଣୀ ପ୍ରତିଚୀ ରଶ୍ମି ରାଉତରାୟ, ପୁରୀ ପେସର୍ସ ମାଲିକ ଦିଲୀପ ନାୟକ, କଟକ ସେଲଟିକ୍ସ ମାଲିକାଣୀ ସୌଦାମିନି ପାତ୍ର, ସମ୍ବଲପୁର ସିମର୍ସ ମାଲିକ ସୌମିତିଞ୍ଜୟ ମହାକୁଡ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଭାରତୀୟ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହୋଇ ସାରିଥିବା ରୋଲ୍ ବଲ୍‌ର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବୋଲି ଓଡ଼ିଶା ରୋଲ୍‌ ବଲ୍‌ ସଂଘ ସମ୍ପାଦକ ପାର୍ଥ ସାରଥି ଜେନା ପ୍ରକାଶ କରିଛନ୍ତି। ଅନୁଗୁଳ ଆଭେଞ୍ଜର୍ସ ଦଳ: ପ୍ରୀତୀଶ ଆର୍ଯ୍ୟନ ଜେନା, ଆରାଧ୍ୟା ମଞ୍ଜରୀ ଦେବୀ (ଅଧିନାୟିକା), କମଲ କ୍ରିଷ୍ଣ, ସିଦ୍ଧାର୍ଥ ଦଳାଇ, ଆଶୁତୋଷ ସାହୁ, ଅର୍ଣ୍ଣବ ମିଶ୍ର, ଦେବାଶିଷ ପାଠକ, ରୋଶନ ଦାସ, ଅଦଭିକ୍‌ ଦାସ, ସାଇ ଶୁଭମ ବେହେରା, ଅର୍ଶୀ ପ୍ରେରଣା କାନୁନଗୋ, ନାଇରା ମହାନ୍ତି, ପୂର୍ବୀ ନାୟକ।

ପୁରୀ ପେସର୍ସ ଦଳ: ରାଧାନିୟା ସଚିଦାନନ୍ଦନ, ପ୍ରତୀକ ଅର୍ଣ୍ଣବ ଜେନା, ଅଧୀବ ଚାଣ୍ଡୁକା, ପ୍ରୀତ ପ୍ରୀତମ ଜନୋ, ସାତ୍ତ୍ବିକ ରାୟସାମନ୍ତ, ସ୍ବସ୍ତିକ ସୁକୁମାର ପ୍ରହରାଜ, ଲଗ୍ନା ଲାବଣ୍ୟ ନାଥ, ଈଶାନା ଅଗ୍ରୱାଲ, ପ୍ରିୟାଂଶୁ ସାହୁ, କୀର୍ତ୍ତିକା ସାହୁ, ସିଦ୍ଧି ସା‌ୟେଶା, ସମରଜିତ୍ ନାୟକ, ଶ୍ରେୟା ପଟ୍ଟନାୟକ।