ଆଇପିଏଲ୍ ୨୦୧୨: କୋହଲିଙ୍କୁ ଧୂଲେଇଥିଲେ ମର୍କେଲ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର ତଥା ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ୍‌ ଆବି ମର୍କେଲ ୨୦୧୨ ଆଇପିଏଲ୍‌ର ଏକ ମ୍ୟାଚ୍‌ କଥା ମନେ ପକାଇଛନ୍ତି। ଏହି ମ୍ୟାଚ୍‌ରେ ସେ ବିରାଟ କୋହଲିଙ୍କୁ ଧୂଲେଇ କରି ତାଙ୍କର ଗୋଟିଏ ଓଭରରୁ ୨୮ ରନ୍‌ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁର ଚେପକ ଷ୍ଟାଡିୟମରେ ମ୍ୟାଚ୍‌ଟି ଖେଳାଯାଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ‌ବେଙ୍ଗାଲୁରୁ (ଆର୍‌ସବିି) ବିପକ୍ଷ ଏହି ମ୍ୟାଚ୍‌କୁ ଜିତିବା ଲାଗି ସିଏସ୍‌କେ ସମ୍ମୁଖରେ ୨୦ ଓଭରରେ ୨୦୬ ରନ୍‌ର ଲକ୍ଷ୍ୟ ରହିଥିଲା। ସିଏସ୍‌କେ ୧୮ ଓଭରରେ ୫ ୱିକେଟ୍‌ ହରାଇ ୪୩ ରନ୍‌ ପଛରେ ଥିଲା ବେଳେ ବ୍ୟାଟିଂକୁ ଆସିଥିଲେ ମର୍କେଲ। ପ୍ରାକ୍ତନ ଆର୍‌ସିବି ଅଧିନାୟକ ଡାନିଏଲ୍‌ ଭିଟୋରି ୧୯ ତମ ଓଭରରେ କୋହଲିଙ୍କୁ ବୋଲିଂ କରିବାକୁ ଡାକିଥିଲେ। ଏହି ଓଭରରେ ମର୍କେଲ ୨୮ ରନ୍‌ ସଂଗ୍ରହ କରିଥିଲେ। ଏହା ପର ଓଭରରେ ବିନୟ କୁମାର ବୋଲିଂ କରିଥିଲେ ଏବଂ ଡ୍ବେନ୍‌ ବ୍ରାଭୋ ଅବଶିଷ୍ଟ ୧୫ ରନ୍‌ ସଂଗ୍ରହ କରି ଦଳକୁ ବିଜୟ ଭେଟି ଦେଇଥିଲେ।

ଦେଖ, ତାହା ସେହି ସନ୍ଧ୍ୟା ମଧ୍ୟରୁ ଗୋଟିଏ … ଆମେ ପରାଜୟ ଦ୍ବାରରେ ଥିଲୁ। ଆର୍‌ସିବି ମ୍ୟାଚ୍‌କୁ ତା’ ବ୍ୟାଗ୍‌ରେ ରଖି ଥିଲା …ହେଲେ ସେମାନେ କାହିଁକି କୋହଲିଙ୍କୁ ବୋଲିଂ ଦେଲେ ମୁଁ ବୁଝି ପାରୁନି। ତାଙ୍କୁ ସମସ୍ତେ ସମ୍ମାନ ଦେଉଥିବାରୁ ‌ଯାହାହେଲେ ବି ସେ ସେହି ଓଭର ବୋଲିଂ କରିବାର ନଥିଲା ବୋଲି ମର୍କେଲ କହିଛନ୍ତି। ୧୮ତମ ଓଭରର ଶେଷ ବଲ୍‌ରେ ଆମେ ଗୋଟିଏ ୱିକେଟ୍ ହରାଇଥିଲୁ। ୧୯ ଓ ୨୦ତମ ଓଭର ବାକିଥିଲା। ଏହି ଦୁଇ ଓଭରରେ ଜିତିବାକୁ ଆମକୁ ୪୩ ରନ୍‌ ଦରକାର ଥିଲା। ମୁଁ ସପ୍ତମ ସ୍ଥାନରେ ବ୍ୟାଟିଂକୁ ଆସିଲା ବେଳେ ସ୍କୋରବୋର୍ଡ ଦେଖି ଏହା ଅସମ୍ଭବ ବୋଲି ମନେ କରିଥିଲି। ଯେତେବେଳେ କୋହଲି ବୋଲିଂକୁ ଆସିଲେ ମୁଁ ଭାବିଲି ଗୋଟେ‌ ଦିଟା ବ୍ୟାଟ୍‌ରେ ବାଜିଗଲେ ବିଜୟର ନିକଟତର ହୋଇପାରିବା। ଏହି ଓଭରରେ ୨୮ ରନ୍‌ ପାଇଗଲୁ। ପରବର୍ତ୍ତୀ ଓଭରରେ ବ୍ରାଭୋ ୨ ଛକା ଓ ଚୌକା ମାରି ବିଜୟ ନିଶ୍ଚିତ କରିଥିଲେ। ଏହି ୧୫ ମିନିଟ୍‌ ମୋ ଜୀବନର ଏକ ଅଭୂଲା ମୁହୂର୍ତ୍ତ ହୋଇଗଲା। ‌େସହି ସମୟରେ ମୋତେ ଲାଗୁଥିଲା କିଛି ଯାଦୁ ଚାଲୁଛି ବୋଲି ମର୍କେଲ ସ୍ମୃତିକୁ ମନେ ପକାଇ କହିଛନ୍ତି।

ସମ୍ବନ୍ଧିତ ଖବର