ଭାରତ ବିପକ୍ଷ ଟି-୨୦ରେ ଅଷ୍ଟ୍ରେଲୀୟ ଦଳ ସ୍ବଦେଶୀ ଜର୍ସି ପିନ୍ଧିବ

ମେଲ୍‌ବର୍ନ: ଅଷ୍ଟ୍ରେଲୀୟ ପୁରୁଷ କ୍ରିକେଟ୍‌ ଦଳ ଭାରତ ବିପକ୍ଷ ଆଗାମୀ ଟି-୨୦ ଶୃଙ୍ଖଳା ଅବସରରେ ସ୍ବଦେଶୀ ଜର୍ସି ପରିଧାନ କରିବ। କ୍ରିକେଟ୍‌ରେ ନିଜ ଦେଶର ଐତିହ୍ୟକୁ ସ୍ବୀକୃତି ଦେବା ଏବଂ ଉତ୍ସାହିତ କରିବା ଲକ୍ଷ୍ୟରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏଭଳି ନିଷ୍ପତ୍ତି ନେଇଛି। ତେଣୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପୁରୁଷ ଦଳ ପାଇଁ ନୂଆ ପରିପାଟୀର ଜର୍ସିକୁ ବାଦ୍‌ ଦେଇ ସ୍ବଦେଶୀ ଜର୍ସିକୁ ଗୁରୁତ୍ବ ଦେଇଛି। ଏହି ଜର୍ସି ଏଏସ୍‌ଆଇସିଏସ୍‌ ଏବଂ ଦୁଇ ଜଣ ସ୍ବଦେଶୀ ମହିଳା ଅଣ୍ଟି ଫିଓନା କ୍ଲାର୍କେ ଓ କର୍ଟନି ହାଗନେ୍‌ ମିଳିତ ସଂଯୋଜନାରେ ପ୍ରସ୍ତୁତ ହୋଇଛି। ଆରୋନ୍‌ ଫିଞ୍ଚ୍‌ଙ୍କ ଟି-୨୦ ଦଳ ପୂରା ଟି-୨୦ ଶୃଙ୍ଖଳାରେ ଅବିଶ୍ବସନୀୟ ସ୍ବଦେଶୀ କ୍ରୀଡ଼ା ସାର୍ଟ ପରିଧାନ କରିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ଟ୍ବିଟ୍‌ କରିଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟ ତା’ର ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ପରିଧାନ କରିଥିବା ସ୍ବଦେଶୀ ଜର୍ସିର ଚିତ୍ରକୁ ବୁଧବାର ଟ୍ବିଟ୍‌ କରିଛି। ସ୍ବଦେଶୀ ଜର୍ସି ପିନ୍ଧି ପ୍ରଥମ ଫଟୋ ପୋଜ୍‌ ଦେଇଥିବା ଷ୍ଟାର୍କ ମଧ୍ୟ ଖୁବ୍‌ ଉତ୍ସାହିତ ଥିବା କହିଛନ୍ତି। ପୁରୁଷ କ୍ରିକେଟ୍‌ ଦଳର ଏହି ଜର୍ସି ୧୮୬୮ କ୍ରିକେଟ୍‌ ଦଳ ପ୍ରତି ଶ୍ରଦ୍ଧାଞ୍ଜଳି ହେବ। ଯେଉଁ ଦଳ ସମୁଦ୍ର ପଥରେ ଅଷ୍ଟ୍ରେଲିଆରୁ ୟୁକେ ପର୍ଯ୍ୟନ୍ତ ତିନି ମାସିଆ ଯାତ୍ରା କରି ୪୭ ମ୍ୟାଚ୍‌ ଖେଳିଥିଲା। ଏଠାରେ ସୂଚନାଯୋଗ୍ୟ, ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଡିସେମ୍ବର ୪ ତାରିଖରୁ କାନ୍‌ବେରାରେ ଆରମ୍ଭ ହେବ। ଭାରତ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ତିନିଟି ଟି-୨୦ ବ୍ୟତୀତ ତିନିଟି ଦିନିକିଆ ଏବଂ ୪ ଟେଷ୍ଟ୍‌ ଖେଳିବାର ସୂଚୀ ରହିଛି।

ସମ୍ବନ୍ଧିତ ଖବର