ମୁମ୍ବାଇ,: ସାଧାରଣ ନିର୍ବାଚନ ପାଇଁ ଆଇପିଏଲ-୨୦୧୯ ଦକ୍ଷିଣ ଆଫ୍ରିକାକୁ ଚାଲି ଯାଇପାରେ। ରବିବାର ଏଭଳି ଏକ ଆଶା ଏବଂ ଆଶଙ୍କା ସୃଷ୍ଟି ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ ଏବଂ ମେ ମାସରେ ସାରା ଦେଶରେ ହେବାକୁ ଥିବାରୁ ଏହି ସମୟରେ ଆଇପିଏଲ୍ ଆୟୋଜନ ଆଦୌ ସମ୍ଭବ ହେବନି। ସେଥିପାଇଁ ୨୦୦୯ ମସିହା ଭଳି ୨୦୧୯ରେ ମଧ୍ୟ ବିସିସିଆଇ ଆଇପିଏଲକୁ ଭାରତରୁ ଦକ୍ଷିଣ ଆଫ୍ରିକା ନେଇ ଯିବାକୁ ଚିନ୍ତା କରୁଛି। ସେଥିଲାଗି ବିସିସିଆଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ସାଧାରଣ ନିର୍ବାଚନ ଆଗୁଆ ହେଲେ କିନ୍ତୁ ଏଭଳି ସ୍ଥିତି ଉତ୍ପର୍ଣ୍ଣ ହେବ ନାହିଁ। ଏଭଳି ସ୍ଥିତିରେ କିଛି ମ୍ୟାଚ୍ ଭାରତରେ ଏବଂ ଆଉ କିଛି ୟୁଏଇରେ ଖେଳା ଯାଇପାରେ।
ଦକ୍ଷିଣ ଆଫ୍ରିକା ଯାଇପାରେ ‘୨୦୧୯ ଆଇପିଏଲ୍’
/sambad/media/post_attachments/wp-content/uploads/2018/01/IPL-10-Logo-.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)