ଭୁବନେଶ୍ବର: ଜାତୀୟ ଅସ୍ମିତା ମହିଳା ରଗ୍ବି ଲିଗ୍ର ପ୍ରଥମ ସଂସ୍କରଣ ଶନିବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ତିନିଟି ଯାକ ବର୍ଗ ବରିଷ୍ଠ, କନିଷ୍ଠ (୧୮ ବର୍ଷରୁ କମ୍) ଓ ଉପକନିଷ୍ଠ (୧୫ ବର୍ଷରୁ କମ୍)ରେ ସେମିଫାଇନାଲ୍ରେ ପ୍ରବେଶ କରି ଓଡ଼ିଶା ତ୍ରିମୁକୁଟ ଅର୍ଜନ କରିବା ସମ୍ଭାବନା ସୃଷ୍ଟି କରିଛି। କନିଷ୍ଠ ଓ ଉପକନିଷ୍ଠ ବର୍ଗର ସେମିଫାଇନାଲ୍ରେ ଓଡ଼ିଶା-ରାଜସ୍ଥାନ ଏବଂ ବରିଷ୍ଠ ବର୍ଗରେ ଓଡ଼ିଶା-ବେଙ୍ଗଲ୍ ମୁକାବିଲା ହେବ।
ଆହୁରି ପଢ଼ନ୍ତୁ: Nandankanan: ନନ୍ଦନକାନନରେ ପ୍ରଥମ ପାର୍ମା ୱାଲାବି ଶାବକର ଜନ୍ମ
ପ୍ରତିଟି ବର୍ଗର ପ୍ରଥମ ସେମିଫାଇନାଲ୍ରେ କିନ୍ତୁ ମହାରାଷ୍ଟ୍ର-ବିହାର ପରସ୍ପରକୁ ଟକ୍କର ଦେବେ। ଏହି ତିନିଟି ବର୍ଗରେ ଓଡ଼ିଶା ସମେତ ମୋଟ ୨୪ଟି ଦଳ ଓ ୩୩୬ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଅସ୍ମିତା ପଦକ୍ଷେପ ମାଧ୍ୟମରେ ଏହାକୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ରଗବି ଫୁଟ୍ବଲ୍ ସଂଘ ସହଯୋଗରେ ଭାରତୀୟ ରଗବି ଫୁଟବଲ୍ ୟୁନିୟନ ପକ୍ଷରୁ ଆୟୋଜନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/31/31bbs_130_31012026_112-2026-01-31-21-42-28.jpg)