ଆଇଏନ୍‌ବିଏଲ୍‌ ୩x୩ ବାସ୍କେଟବଲ: ଓଏସ୍‌ସି, ଓଡ଼ିଶା ଷ୍ଟୁଡେଣ୍ଟ କ୍ଲବ୍‌ ବିଜେତା

କଟକ: ବାରବାଟୀ ଷ୍ଟାଡିୟମସ୍ଥିତ ବାସ୍କେଟବଲ କମ୍ପ୍ଲେକ୍ସରେ ଶେଷ ହୋଇଥିବା ଆଇଏନ୍‌ବିଏଲ୍‌ ୩ଗୁଣା୩ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଫାଇନାଲ୍‌ରେ ପୁରୁଷ ବିଭାଗରେ ଓଏସ୍‌ସି ୨୧-୭ରେ ଜେଡ୍‌ ବ୍ଲାକ୍‌କୁ ଓ ମହିଳାରେ ଓଡ଼ିଶା ଷ୍ଟୁଡେଣ୍ଟ କ୍ଲବ୍‌ ୧୮-୧୦ରେ କଳିଙ୍ଗ ଫାଇଟର୍ସପୁ ହରାଇ ବିଜେତା ହୋଇଛନ୍ତି। ସେହିପରି ୧୮ ବର୍ଷରୁ କମ୍‌ ପୁରୁଷ ଫାଇନାଲ୍‌ରେ ସେଲ୍‌ଟିକ୍ସ ୨୧-୧୪ରେ ବ୍ଲାକ୍‌ ମାମ୍ବାକୁ ଏବ˚ ୧୮ ବର୍ଷରୁ କମ୍‌ ମହିଳା ଫାଇନାଲ୍‌ରେ କଟକ ସିଲଭର ଷ୍ଟାର୍ସ ୧୩-୪ରେ ବିଜେଇଏମ୍‌ ବୁଲ୍ସକୁ ହରାଇଛନ୍ତି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବାସ୍କେଟବଲ ସ˚ଘ ସଭାପତି ଜ୍ଞାନର˚ଜନ ପରିଡ଼ା, ସମ୍ପାଦକ ଅଶୋକ ସାହୁ, କଟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀର˚ଜନ ସାମନ୍ତରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର