ମାଦ୍ରିଦ୍‌: ସ୍ପେନ୍‌ ଫୁଟବଲ୍‌ ମହାସଂଘର ସଭାପତି ଲୁଇସ୍‌ ରୁବେଲ୍ସ ମହିଳା ବିଶ୍ବକପ୍‌ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଦେଶର ତାରକା ଖେଳାଳି ଜେନି ହର୍ମୋସୋଙ୍କ ଓଠରେ ଚୁମ୍ବନ ଦେବା ଘଟଣାରେ କ୍ଷମା ମାଗିଛନ୍ତି। ମହିଳା ବିଶ୍ବକପ୍‌ରେ ସ୍ପେନ୍‌ ପ୍ରଥମ ଥର ବିଜେତା ହୋଇଥିଲା। ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଜେନି ‌ପଦକ ନେବା ପାଇଁ ମଞ୍ଚ ଉପରକୁ ଯିବା ପରେ ରୁବେଲ୍ସ ଉଲ୍ଲସିତ ହୋଇ ତାଙ୍କ ଓଠରେ ଚୁମ୍ବନ ଦେଇଥିଲେ। ଏହି ଘଟଣାକୁ ସ୍ପେନ୍‌ ସରକାର ନିନ୍ଦା କରିବା ସହ ଏହା ‌‌ଯୌନ ନିର୍ଯାତନା ମାମଲାକୁ ପ୍ରୋତ୍ସାହିତ କରୁଥିବା ନେଇ ଆଲୋଚନା ହୋଇଥିଲା।

Advertisment

ତେବେ ସ୍ପେନ୍‌ ଫୁଟବଲ୍‌ ମହାସଂଘର ଅନୁରୋଧ ପରେ ଜେନି ମାମଲାରେ ହସ୍ତକ୍ଷେପ କରି ବିଶ୍ବକପ୍‌ ଜିତିବା ପରେ ରୁବେଲ୍ସ ଅତ୍ୟଧିକ ଖୁସି ହୋଇଯାଇ ଏପରି ‌କରିଦେଇଥିବା କହିଥିଲେ। ସଭାପତିଙ୍କର ସଂପର୍କ ସମସ୍ତଙ୍କ ସହ ଭଲ ରହିଛି। ତାଙ୍କର ମଧ୍ୟ ମହିଳା ଖେଳାଳିଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଥିବା ଜେନି କହିଥିଲେ। ସୋମବାର ରୁବେଲ୍ସ ଏକ ଭିଡିଓ ଜାରି କରି ସେଥିରେ ତାଙ୍କର ଏହି ଭୁଲ୍‌ ପାଇଁ କ୍ଷମା ମାଗିଛନ୍ତି। ଏକ ଦେଶର କ୍ରୀଡ଼ା ସଂଗଠନର ସଭାପତି ପଦରେ ଥିବା ବେଳେ ‌ତାଙ୍କୁ ଅଧିକ ଯତ୍ନବାନ ହେବାର ଥିଲା ବୋଲି ସେ ଭିଡିଓରେ କହୁଥିବା ଦେଖାଯାଇଛି।