ନ୍ୟୁୟର୍କ: ବାସ୍କେଟ୍ବଲର୍ ସେ ଅବସର ନେଇ ପାରନ୍ତି। କିନ୍ତୁ ଖେଳ ଜରିଆରେ ଆୟ କରିଥିବା ତାଲିକା ଦେଖିଲେ ୫୪ ବର୍ଷୀୟ କିମ୍ବଦନ୍ତୀ ମାଇକେଲ୍ ଜୋର୍ଡାନ୍ ୧୯୯୦ ମସିହାରୁ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫୋର୍ବସ ପକ୍ଷରୁ ପ୍ରକାଶିତ ସଦ୍ୟତମ ତାଲିକାରେ ଜୋର୍ଡାନ ୧.୭ ଅୟୂତ ଡଲାର ରୋଜଗାର କରି ଶୀର୍ଷରେ ରହିଛନ୍ତି। ବିଭିନ୍ନ କ୍ରୀଡ଼ା ସାମଗ୍ରୀ ଓ ପୋଷାକ ନିର୍ମାତା ଏବଂ ମୃଦ୍ୟୁପାନୀୟ କମ୍ପାନିର ପ୍ରାୟୋଜକରୁ ହିଁ ଜୋର୍ଡାନଙ୍କୁ ରୋଜଗାର ଆସିଛି। ଏଥି ସହିତ ଆମେରିକୀୟ ପେସାଦାର ବାସ୍କେଟ୍ବଲ୍ ଦଳ ଚାର୍ଲୋଟ୍ ହର୍ନେଟ୍ସରେ ରହିଥିବା ତାଙ୍କ ୯୦ ପ୍ରତିଶତ ପୁଞ୍ଜି ନିବେଶରୁ ସେ ବର୍ତମାନ ୭୮୦ ନିୟୁତ ଡଲାର ପାଇଛନ୍ତି। ସର୍ବାଧିକ ଆୟ କରିଥିବା କ୍ରୀଡ଼ାବିତ୍ଙ୍କ ମଧ୍ୟରେ ସେ ଗଲ୍ଫର ଟାଇଗର୍ ଉଡସ, ଆର୍ନୋଲ୍ଡ ପାମର୍, ଫର୍ମୁଲା ଓ୍ଵାନ୍ କିମ୍ବଦନ୍ତୀ ମାଇକେଲ୍ ସୁମାକର, ଫୁଟ୍ବଲର୍ ଡେଭିଡ୍ ବେକ୍ହାମ, ଲିଓନେଲ୍ ମେସି, କ୍ରିଷ୍ଟିଆନେ୍ା ରୋନାଲଡୋ, ଟେନିସ୍ ତାରକା ରୋଜର୍ ଫେଡେରର୍, ଆନ୍ଦ୍ରେ ଆଗାସୀ, ମୁଷ୍ଟିଯୋଦ୍ଧା ଇଭାଣ୍ଡର୍ ହୋଲିଫିଲ୍ଡ ପ୍ରମୁଖଙ୍କୁ ପଛରେ ପକାଇଛନ୍ତି।