ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ଭାରତ ୬୨ ବର୍ଷର ରେକର୍ଡ ଭଙ୍ଗ କରିଛି। ଚେତେଶ୍ୱର ପୂଜାରାଙ୍କ ଠାରୁ ରୋହିତ ଶର୍ମାଙ୍କ ପର୍ଯ୍ୟନ୍ତ ୪ ଜଣ ଖେଳାଳି ମାତ୍ର ୬ ରନ୍ ସଂଗ୍ରହ କରିଛନ୍ତି। ଦ୍ୱିତୀୟ ଇନିଂସରେ ଭାରତ ୫ ଓ୍ଵିକେଟ ହରାଇ ୫୪ ରନ୍ ସଂଗ୍ରହ କରିଛି। ଫଳରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ମୋଟ ୩୪୬ ରନ୍ ଅଗ୍ରଣୀ ରହିଛି।
ଭାରର ପ୍ରଥମ ଇନିଂସରେ ୭ ଓ୍ଵିକେଟ ହରାଇ ୪୪୩ ରନ କରିବା ପରେ ପାଳି ଘୋଷଣା କରିଥିଲା। ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଯୋଗୁଁ ଅଷ୍ଟ୍ରେଲିଆ ମାତ୍ର ୧୫୧ ରନ୍ରେ ଅଲ୍ ଆଉଟ୍ ହେବା ପରେ ମଧ୍ୟ ଭାରତ ଫଲୋଅନ୍ ପାଇଁ ଅଷ୍ଟ୍ରେଲିଆକୁ ନିମନ୍ତ୍ରଣ କରି ନାହିଁ। ଏହା ଦ୍ୱାରା ଭାରତକୁ ଲାଭ ପହଂଚାଇ ନାହିଁ। କାରଣ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି।
ଟିମ୍ ଇଣ୍ଡିଆର ୩-୬ର ବ୍ୟାଟସ୍ମ୍ୟାନ ଦ୍ୱାରା ସଂଗୃହୀତ ରନ୍
୬ ରନ୍: ଇଂଲଣ୍ଡ ବିରୋଧରେ, ମଂଚେଷ୍ଟର, ୧୯୪୬
୬ ରନ୍: ଅଷ୍ଟ୍ରେଲିଆ ବିରୋଧରେ, ମେଲବର୍ଣ୍ଣ, ୨୦୧୮
୯ ରନ୍: ନ୍ୟୁଜିଲାଣ୍ଡ ବିରୋଧରେ, ହାଇଦ୍ରାବାଦ, ୧୯୬୯
୯ ରନ୍: େଓ୍ଵଷ୍ଟଇଣ୍ଡିଜ ବିରୋଧରେ, ଅହମଦାବାଦ, ୧୯୮୩
ଦ୍ୱିତୀୟ ଦିନରେ ଭାରତର ବ୍ୟାଟିଂ ବହୁତ ଖରାପ ଥିଲା। ଭାରତ ୨୮ ରନ ସ୍କୋରରେ ହନୁମା ବିହାରୀ, ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କୁ ହରାଇଥିଲା। ସ୍କୋର ୩୨ ରନ ଥିବା ବେଳେ ଆଜିଙ୍କ୍ୟ ରାହାଣେ ଆଉଟ୍ ହୋଇଥିଲେ। ରୋହିତ ଶର୍ମା ଯେତେବେଳେ ଆଉଟ ହୋଇଥିଲେ ସ୍କୋର ୪୪ ରନ ଥିଲା। ରାହାଣେ ୧ ରନ, ରୋହିତ ୫ ରନ କରିଥିଲେ। ଟିମ ଇଣ୍ଡିଆ ୩ ନମ୍ବରରୁ ୬ ନମ୍ବର ପର୍ଯ୍ୟନ୍ତ ବ୍ୟାଟସ୍ମ୍ୟାନ ୬ ରନ କରିଥିଲେ। କୋହଲି ଓ ପୂଜାରା କୌଣସି ରନ ନକରି ଫେରିଥିଲେ।