ଜୁଲାଇ ୨୦୨୨ରେ ଖେଳାଯିବ ଭାରତ-ଇଂଲଣ୍ଡ ସିରିଜର ୫ମ ଟେଷ୍ଟ ମ୍ୟାଚ

ଲଣ୍ଡନ : କୋଭିଡ୍ ସଂକ୍ରମଣ ଯୋଗୁଁ ଗତ ମାସରେ ସ୍ଥଗିତ ରହିଥିବା ଭାରତ-ଇଂଲଣ୍ଡ ଦ୍ବିପାକ୍ଷିକ ସିରିଜର ୫ମ ଟେଷ୍ଟ ମ୍ୟାଚ ଆସନ୍ତା ବର୍ଷ ଜୁଲାଇ ମାସରେ ହେବ ।

ଇଂଲଣ୍ଡ ଏଣ୍ଡ ଓ୍ବେଲସ କ୍ରିକେଟ ବୋର୍ଡର ଘୋଷଣା ଅନୁସାରେ ଏହି ମ୍ୟାଚଟି ମାଞ୍ଚେଷ୍ଟର ବଦଳରେ ଏଜବାଷ୍ଟନଠାରେ ଖେଳାଯିବ । ଏହି ଟେଷ୍ଟ ମ୍ୟାଚଟି ଜୁଲାଇ ୧, ୨୦୨୨ରୁ ଆରମ୍ଭ ହେବ । ଆସନ୍ତା ବର୍ଷ ଭାରତ ଇଂଲଣ୍ଡ ଗସ୍ତରେ ଯାଇ ଏକଦିବସୀୟ ଓ ଟି-୨୦ ମ୍ୟାଚ ଖେଳିବ । ଏହି ଗସ୍ତକାଳରେ ହିଁ ଟେଷ୍ଟ ମ୍ୟାଚଟି ଖେଳାଯିବ । ବିସିସିଆଇ ଓ ଇଂଲଣ୍ଡ ଏଣ୍ଡ ଓ୍ବେଲସ କ୍ରିକେଟ ବୋର୍ଡ ମଧ୍ୟରେ ହୋଇଥିବା ସହମତି ଅନୁସାରେ ଏହି  କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି ।

ଭାରତ-ଇଂଲଣ୍ଡ ୫ ଟିକିଆ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ୫ମ ଟେଷ୍ଟଟି ଫଳାଫଳ ନିର୍ଦ୍ଧାରଣ କରିବ ଯେ ଭାରତ ସିରିଜ ବିଜୟୀ ହେବ ନା ୨-୨ରେ ଡ୍ର ରହିବ । ଭାରତ ୫ମ ଟେଷ୍ଟକୁ ଜିତିଲେ ବା ଡ୍ର କଲେ ସିରିଜ ବିଜୟୀ ହେବ । ଅନ୍ୟପକ୍ଷରେ ସିରିଜ ଡ୍ର କରିବାକୁ ଇଂଲଣ୍ଡକୁ ଏହି ଟେଷ୍ଟକୁ ଜିତିବାକୁ ପଡ଼ିବ ।

ଇଂଲଣ୍ଡ ଏଣ୍ଡ ଓ୍ବେଲସ କ୍ରିକେଟ ବୋର୍ଡ ଦ୍ବାରା ନିଆଯାଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ୫ମ ଟେଷ୍ଟ ପାଇଁ ଦର୍ଶକମାନେ ଖରିଦ କରିଥିବା ଟିକେଟ ଆସନ୍ତା ବର୍ଷ ପାଇଁ ବୈଧ ରହିବ । ଅର୍ଥାତ ଆସନ୍ତା ବର୍ଷ ହେବାକୁ ଥିବା ୫ମ ଟେଷ୍ଟ ପାଇଁ ଦର୍ଶକମାନଙ୍କୁ ଆଉ ଥରେ ଟିକେଟ କିଣିବାକୁ ପଡ଼ିବ ନାହିଁ ।

 

ସମ୍ବନ୍ଧିତ ଖବର