ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଏମ୍‌ଏସ୍‌ ଧୋନି ଆଉଟ, ଭାରତ ୫/୨୧୩

ମୁମ୍ବାଇ: ଭାରତର ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନି(୨୫) ଟେଣ୍ଟ ବୋଲ୍ଟଙ୍କ ବଲ ମାର୍ଟିନ ଗୁପଟିଲ୍‌ଙ୍କୁ ଦେଇ ପାଭଲିୟନ ଫେରିଛନ୍ତି। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିିୟମରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ଭାରତ ୪୩ ଓଭର ପରିସମାପ୍ତି ପରେ ୫ଟି ଓ୍ଵିକେଟ ହରାଇ ୨୧୩ ରନ୍‌ ସଂଗ୍ରହ କରିଛି।

ନ୍ୟୁଜିଲାଣ୍ଡର ୪ର୍ଥ ଶିକାର ହୋଇଥିଲେ ଦିନେଶ କାର୍ତ୍ତିକ(୩୭)। ୨୮.୪ ଓଭରରେ ଦଳୀୟ ସ୍କୋର ୧୪୪ ରନ୍‌ ଥିବା ବେଳେ କାର୍ତ୍ତିକ ୪୭ଟି ବଲ ଖେଳିବା ପରେ ଟିମ୍‌ ସାଉଦୀଙ୍କ ବଲ କୋଲିନ ମନରୋଙ୍କୁ ଦେଇଥିଲେ। ସେହିପରି ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ୭୧ ରନ୍‌(୧୫.୨ଓଭର)ରେ ୩ୟ ଓ୍ଵିକେଟ ଭାବରେ କେଦାର ଯାଧବଙ୍କୁ ହରାଇଥିଲା। କେଦାର ୨୫ଟି ବଲ ଖେଳି ୧୨ ରନ୍‌ ସଂଗ୍ରହ କରିବା ପରେ ମାଇକେଲ ସଟନ୍‌ରଙ୍କ ବଲରେ କ୍ୟାଚ ହୋଇଥିଲେ।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୨୦୦ ତମ ଦିନିକିଆରେ ଭାରତକୁ ଅର୍ଦ୍ଧଶତକ ଉପହାର ଦେଇଛନ୍ତି। ପ୍ରଥମ ଓ୍ଵିକେଟ ପରେ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିବା କୋହଲି ୬୨ଟି ବଲ ଖେଳି କ୍ୟାରିୟରର ୪୭ତମ ଅର୍ଦ୍ଧଶତକ ହାସଲ କରିଛନ୍ତି।

ପ୍ରଥମ ଦିନିକିଆରେ ଭାରତ ୧୬ରନ୍‌ରେ (୩.୨ ଓଭର) ପ୍ରଥମ ଓ୍ଵିକେଟ ଓ ୨୯ରନ୍‌ରେ ୨ୟ ଓ୍ଵିକେଟ(୫.୪ଓଭର) ହରାଇଥିଲା। ନୁୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟଙ୍କ ବଲକୁ ଶିଖର ଧାଓ୍ଵନ(୯) ଟମ ଲଥାମଙ୍କୁ ଦେଇଥିବା ବେଳେ ରୋହିତ ଶର୍ମା(୨୦) ଟ୍ରେଣ୍ଟ ବୋଲ୍‌ଟଙ୍କ ଦ୍ୱାରା ବୋଲ୍‌ଡ ହୋଇ ପାଭଲିୟନ ଫେରିଥିଲେ। ପୂର୍ବରୁ ଟସ୍‌ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର