ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ୨୦୦ ତମ ମ୍ୟାଚରେ ଅର୍ଦ୍ଧଶତକ ଉପହାର ଦେଲେ କୋହଲି

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୨୦୦ ତମ ଦିନିକିଆରେ ଭାରତକୁ ଅର୍ଦ୍ଧଶତକ ଉପହାର ଦେଇଛନ୍ତି। ପ୍ରଥମ ଓ୍ଵିକେଟ ପରେ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିବା କୋହଲି ୬୨ଟି ବଲ ଖେଳି କ୍ୟାରିୟରର ୪୭ତମ ଅର୍ଦ୍ଧଶତକ ହାସଲ କରିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ଵାଙ୍ଖଡେ ଷ୍ଟାଡିିୟମରେ ରବିବାର ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତ ୧୬ରନ୍‌ରେ (୩.୨ ଓଭର) ପ୍ରଥମ ଓ୍ଵିକେଟ ଓ ୨୯ରନ୍‌ରେ ୨ୟ ଓ୍ଵିକେଟ(୫.୪ଓଭର) ହରାଇଥିଲା। ନୁୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟଙ୍କ ବଲକୁ ଶିଖର ଧାଓ୍ଵନ(୯) ଟମ ଲଥାମଙ୍କୁ ଦେଇଥିବା ବେଳେ ରୋହିତ ଶର୍ମା(୨୦) ଟ୍ରେଣ୍ଟ ବୋଲ୍‌ଟଙ୍କ ଦ୍ୱାରା ବୋଲ୍‌ଡ ହୋଇ ପାଭଲିୟନ ଫେରିଥିଲେ।

୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ୭୧ ରନ୍‌(୧୫.୨ଓଭର)ରେ ୩ୟ ଓ୍ଵିକେଟ ଭାବରେ କେଦାର ଯାଧବଙ୍କୁ ହରାଇଥିଲା। କେଦାର ୨୫ଟି ବଲ ଖେଳି ୧୨ ରନ୍‌ ସଂଗ୍ରହ କରିବା ପରେ ମାଇକେଲ ସଟନ୍‌ରଙ୍କ ବଲରେ କ୍ୟାଚ ହୋଇଥିଲେ। ପୂର୍ବରୁ ଟସ୍‌ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ରିପେର୍ଟ ଲେଖାଯିବା ବେଳକୁ ଭାରତ ୩ଟି ଓ୍ଵିକେଟ ହରାଇ ୨୬.୧ ଓଭର ପରିସମାପ୍ତି ପରେ ୧୩୩ ରନ୍‌ ସଂଗ୍ରହ କରିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦିନେଶ କାର୍ତ୍ତିକ କ୍ରିଜରେ ଅଛନ୍ତି।

ସମ୍ବନ୍ଧିତ ଖବର