ମୁମ୍ବାଇ: ଟମ୍ ଲଥମନ(ଅପରାଜିତ ୧୦୩) ଓ ରସ ଟାଇଲର(୯୫)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ୬ ଓ୍ଵିକେଟରେ ଭାରତକୁ ପରାସ୍ତ କରିଛି। ମଧ୍ୟ କ୍ରମର ଏହି ଖେଳାଳି ଦ୍ୱୟ ୪ର୍ଥ ଓ୍ଵିକେଟରେ ଦମ୍ଦାର ଭାଗିଦାରୀ ବଳରେ ଦଳକୁ ବିୟଜୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଲଢୁଆ ବ୍ୟାଟିଂ କାମରେ ଆସି ପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟ ପାଳିରେ ୨୮୧ ରନ୍ ବିଜୟ ଲକ୍ଷ୍ୟ ନେଇ ଓ୍ଵାଙ୍ଖଡେ ଷ୍ଟାଡିିୟମରେ ରବିବାର ଭାରତକୁ ପରାସ୍ତ କରିଛି କ୍ୱିଓ୍ଵି ଦଳ। ନ୍ୟୁଜିଲାଣ୍ଡ ୪୯ ଓଭରରେ ୪ଓ୍ଵିକେଟ ହରାଇ ୨୮୪ ରନ୍ ସଂଗ୍ରହ କରିବା ସହିତ ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଜିଣିଛି। ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡର ଓ୍ଵିକେଟ ନେବାକୁ ବିଫଳ ହୋଇଥିଲେ। ନ୍ୟୁଜିଲାଣ୍ଡର ପ୍ରଥମ ଓ୍ଵିକେଟ ୪୮ ରନ୍ରେ, ଦ୍ୱିତୀୟ ଓ୍ଵିକେଟ ୬୨ ରନ୍ରେ, ୮୦ ରନ୍ରେ ୩ୟ ଓ୍ଵିକେଟ ଓ ୪ର୍ଥ ଓ୍ଵିକେଟ ୨୮୦ ରନ୍ରେ ପଡ଼ିଥିଲା। ଭୁବନେଶ୍ୱର କୁମାରଙ୍କ ବଲ ଖେଳିବାକୁ ଯାଇ ରସ ଟେଲର ଯଜୁବେନ୍ଦ୍ର ଚହଲଙ୍କୁ କ୍ୟାଚ ଦେଇଥିଲେ। ପୂର୍ବରୁ ଭାରତ ନିର୍ଦ୍ଧାରିତ ଓଭରରେ ୮ଟି ଓ୍ଵିକେଟ ହରାଇ ୨୮୦ ରନ୍ ସଂଗ୍ରହ କରିଥିଲା।
ମାର୍ଟିନ ଗୁପଟିଲ୍(୩୨) ହାର୍ଦିକ ପାଣ୍ଡ୍ୟାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ ଦେଇଥିଲେ। ପୂର୍ବରୁ ଅଧିନାୟକ କେନ୍ ଓ୍ଵିଲିୟମସନ୍ ୮ଟି ବଲ ଖେଳି ୬ରନ୍ ସଂଗ୍ରହ କରିବା ପରେ କୁଲଦୀପ ଯାଦବଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ। ଓପନର କୋଲିନ ମୁରନୋ(୨୮) ଯଶପ୍ରିତ ବୁମରାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ ଦେଇଥିଲେ।
ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୨୦୦ ତମ ଦିନିକିଆରେ ଭାରତକୁ ଶତକ(୧୨୧) ଉପହାର ଦେଇଥିଲେ। ପ୍ରଥମ ଓ୍ଵିକେଟ ପରେ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିବା କୋହଲି କ୍ୟାରିୟରର ୩୧ତମ ଶତକ ହାସଲ କରିଥିଲେ। କୋହଲି ୧୨୫ଟି ବଲ ଖେଲି ଟିମ୍ ସାଉଦୀଙ୍କ ବଲ ଟ୍ରେଣ୍ଟ ବୋଲ୍ଟକୁ କ୍ୟାଚ ଦେଇ ପାଭଲିୟନକୁ ଫେରିଥିବା ବେଳେ, ଭୁବନେଶ୍ୱର କୁମାର(୨୬) ଟିମ୍ ସାଉଦୀଙ୍କ ବଲ ହେନ୍ରୀ ନିକ୍ହୋଲଙ୍କୁ କ୍ୟାଚ ଦେଇଥିଲେ। ସେହିଭଳି ହାର୍ଦିକ ପାଣ୍ଡ୍ୟା ୧୬ଟି ବଲ ଖେଳି ୧୬ ରନ୍ ହାସଲ କରିବା ପରେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ଵିଲିୟମସନ୍ଙ୍କୁ କ୍ୟାଚ ଦେଇଥିଲେ। ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନି(୨୫) ଟେଣ୍ଟ ବୋଲ୍ଟଙ୍କ ବଲ ମାର୍ଟିନ ଗୁପଟିଲ୍ଙ୍କୁ ଦେଇ ପାଭଲିୟନ ଫେରିଛନ୍ତି।
ନ୍ୟୁଜିଲାଣ୍ଡର ୪ର୍ଥ ଶିକାର ହୋଇଥିଲେ ଦିନେଶ କାର୍ତ୍ତିକ(୩୭)। ୨୮.୪ ଓଭରରେ ଦଳୀୟ ସ୍କୋର ୧୪୪ ରନ୍ ଥିବା ବେଳେ କାର୍ତ୍ତିକ ୪୭ଟି ବଲ ଖେଳିବା ପରେ ଟିମ୍ ସାଉଦୀଙ୍କ ବଲ କୋଲିନ ମନରୋଙ୍କୁ ଦେଇଥିଲେ। ସେହିପରି ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ୭୧ ରନ୍(୧୫.୨ଓଭର)ରେ ୩ୟ ଓ୍ଵିକେଟ ଭାବରେ କେଦାର ଯାଧବଙ୍କୁ ହରାଇଥିଲା। କେଦାର ୨୫ଟି ବଲ ଖେଳି ୧୨ ରନ୍ ସଂଗ୍ରହ କରିବା ପରେ ମାଇକେଲ ସଟନ୍ରଙ୍କ ବଲରେ କ୍ୟାଚ ହୋଇଥିଲେ।
ପ୍ରଥମ ଦିନିକିଆରେ ଭାରତ ୧୬ରନ୍ରେ (୩.୨ ଓଭର) ପ୍ରଥମ ଓ୍ଵିକେଟ ଓ ୨୯ରନ୍ରେ ୨ୟ ଓ୍ଵିକେଟ(୫.୪ଓଭର) ହରାଇଥିଲା। ନୁୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କ ବଲକୁ ଶିଖର ଧାଓ୍ଵନ(୯) ଟମ ଲଥାମଙ୍କୁ ଦେଇଥିବା ବେଳେ ରୋହିତ ଶର୍ମା(୨୦) ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିୟନ ଫେରିଥିଲେ। ପୂର୍ବରୁ ଟସ୍ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।