ହାଇଦ୍ରାବାଦ୍: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫୯ ରନ୍, ୭୨ ବଲ, ୬ ଚୌକା, ୧ ଛକା) ଓ କେଦାର ଯାଦବ (୮୧ ରନ୍, ୮୭ବଲ, ୯ ଚୌକା, ୧ ଛକା) ଶନିବାର ବିସ୍ଫୋରକ ବ୍ୟାଟିଂ କରି ଟିମ୍ ଇଣ୍ଡିଆକୁ ୬ ଓ୍ଵିକେଟ୍ରେ ଜିତାଇଛନ୍ତି। ପଂଚମ ଓ୍ଵିକେଟରେ ଦୃଢ଼ ଭାବରେ କ୍ରିଜ୍ରେ ରହି ଉଭୟ ବ୍ୟାଟ୍ସମ୍ୟାନ୍ ୧୪୧ ରନ୍ ଭାଭିଦାରୀ ହୋଇଛନ୍ତି। ଏହି ବିଜୟର ସହିତ ଟିମ୍ ଇଣ୍ଡିଆ ଶୃଙ୍ଖଳାର ୧-୦ରେ ଅଗ୍ରଣୀ ରହିଛି।
ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଶନିବାର ଭାରତୀୟ ଟିମ୍ ୪୮.୨ ଓଭରରେ ୪ ଓ୍ଵକେଟ ହରାଇ ୨୪୦ ରନ୍ କରିଛି। ଇନିଂସ ଆରମ୍ଭରୁ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ସ୍କୋର ୪ ରନ୍ରେ ଶିଖର ଧାଓ୍ଵନ (୦ ରନ୍) ଆଉଟ ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟ୍ରେ ଭାରତ ୭୬ ରନ୍ କରିଥିଲା। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (୪୪) କଲଟର ନାଇଲଙ୍କ ବଲ ଗ୍ଲେନ ମ୍ୟାକ୍ସୱେଲଙ୍କୁ କ୍ୟାଚ ଦେଇଥିଲେ। ସେହିପରି ସ୍କୋର ୯୫ ରନ୍ରେ ଓପନର ରୋହିତ ଶର୍ମା (୩୭)ଙ୍କ ପରେ ଅମ୍ବାତି ରାୟଡୁ (୧୩) ଆଉଟ୍ ହୋଇଥିଲେ। ସେତେବେଳକୁ ଭାରତର ସ୍କୋର ୯୯ ରନ୍ ଥିଲା।
/sambad/media/post_attachments/wp-content/uploads/2019/03/jadhav.jpg)
ପ୍ରଥମ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୨୩୭ ରନ୍ ଟାର୍ଗେଟ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୩୬ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୩୭ ରନ୍ ଟାର୍ଗେଟ ମିଳିଥିଲା। ଭାରତର ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କୁ ୨-୨ ଓ୍ଵିକେଟ ମିଳିଥିବା ବେଳେ କେଦାର ଯାଧବ ଗୋଟିଏ ଓ୍ଵିକେଟ ନେଇଥିଲେ।
ପାଞ୍ଚ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ହାଇଦ୍ରାବାଦ୍ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଥିଲା। ଅଧିନାୟକ ଆରୋନ୍ ଫିଞ୍ଚ ୩ଟି ବଲ୍ ଖେଳି କୌଣସି ରନ୍ ନନେଇ କୁଲଦୀପ ଯାଦବଙ୍କ ଦ୍ୱାରା ପାଭଲିଅନ୍ ଫେରିଥିଲେ। ଅଷ୍ଟ୍ରେଲିଆ ଦ୍ୱିତୀୟ ଓ୍ଵିକେଟ୍ରେ ୮୭ ରନ୍ ସଂଗ୍ରହ କରିଥିଲା। ଉସ୍ମାନ ଖାଓ୍ଵଜା (୫୦ ରନ୍) ଏବଂ ମାର୍କସ ଷ୍ଟୋନିସ (୩୭ ରନ୍) ଏହି ରନ୍ ହାସଲ କରିଥିଲେ।
ନିକଟରେ ଶେଷ ହୋଇଥିବା ଦ୍ୱିପାକ୍ଷୀକ ଟି-୨୦ ଶୃଙ୍ଖଳାର ଶେଷ ମୁକାବିଲାରେ ନିଜର ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆକୁ ବିଜୟୀ କରିଥିବା ଗ୍ଲେନ ମ୍ୟାକ୍ସୱେଲ ଆଜି ଅର୍ଦ୍ଧଶତକରୁ ବଂଚିତ ହୋଇଛନ୍ତି। ସେ ୫୧ଟି ବଲ ଖେଳି ୪୦ ରନ୍ କରିଛନ୍ତି। ମହମ୍ମଦ ସାମିଙ୍କ ବଲ୍ରେ ସେ ବୋଲ୍ଡ ହୋଇ ପାଭଲିଅନ୍ ଫେରିଛନ୍ତି। ପେଟର ହ୍ୟାଣ୍ଡସ୍କମ (୧୯ ରନ୍), ଆଷ୍ଟନ ଟର୍ଣ୍ଣର (୨୧ ରନ୍) ଆଲେକ୍ସ କେରି ଅପରାଜିତ ୩୬ ରନ, ନାଥାନ କଲଟର ନାଇଲଙ୍କ ୨୮ ରନ୍ ଯୋଗଦାନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/dhoni.jpg)