ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଯାତ୍ରା କରିଛି। ଭାରତୀୟ ଦଳ ଦିଲ୍ଲୀ ବିମାନବନ୍ଦରରୁ ଯାତ୍ରା କରିଛି। ଦିଲ୍ଲୀ ବିମାନବନ୍ଦରରେ ବହୁ ସଂଖ୍ୟକ ପ୍ରଶଂସକ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ କୋହଲି ତାଙ୍କର ଜଣେ ପ୍ରଶଂସକଙ୍କ ପାଇଁ କିଛି କରିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଘଟଣାଟି ଏପରି, କୋହଲି ଜଣେ ପ୍ରଶଂସକଙ୍କୁ ତାଙ୍କ ପୋଷ୍ଟର ଧରିଥିବାର ଦେଖିଲେ। ବସ୍ରେ ବସିଥିବା ସମୟରେ ସେ ପ୍ରଶଂସକଙ୍କୁ ପୋଷ୍ଟର ମାଗିଥିଲେ ଏବଂ ସେଥିରେ ଦସ୍ତଖତ କରିଥିଲେ। ଏହି ମୁହୂର୍ତ୍ତଟି ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରୁଛି।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୧୯ ତାରିଖରେ ଖେଳାଯିବ। ଦୀର୍ଘ ସମୟ ପରେ କୋହଲି ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁଛନ୍ତି। ସେ ଶେଷଥର ପାଇଁ ଚଳିତ ବର୍ଷ ଆରମ୍ଭରେ ୟୁଏଇରେ ଚାମ୍ପିଅନ୍ସ ଟ୍ରଫି ସମୟରେ ଭାରତ ପାଇଁ ଖେଳିଥିଲେ।
ବିରାଟ କୋହଲି ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ମାର୍ଚ୍ଚ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଏହା ଭାରତୀୟ ଦଳରେ ତାଙ୍କର ପ୍ରଥମ ଦିନିକିଆ ସିରିଜ ହେବ। ବିରାଟ କୋହଲି ନବନିଯୁକ୍ତ ଦିନିକିଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଖେଳିବେ। ରୋହିତ ଶର୍ମା ମଧ୍ୟ ଏହି ଦଳର ଅଂଶ। ପ୍ରାୟ ଛଅ ମାସ ପରେ ଉଭୟ ଖେଳାଳି ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/15/new-project-4-2025-10-15-15-11-08.jpg)