ଇଡେନ ଗାର୍ଡେନ ଦିବା-ରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତ, ଖେଳାଳିଙ୍କୁ ଅପେକ୍ଷା କରିଛି ପିଚ୍: ଷ୍ଟାଡିୟମ କ୍ୟୁରେଟର
କୋଲକାତା: ଭାରତୀୟ କ୍ରିକେଟ ଟିମ୍ ବାଂଲାଦେଶ ବିପକ୍ଷ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ନଭେମ୍ବର ୨୨ରୁ ଖେଳିବ। ଏହି ୨ଟି ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଦିବା-ରାତ୍ର ଆୟୋଜନ ହେଉଥିବାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଇଡେନ ଗାର୍ଡେନ ଷ୍ଟାଡିୟମର କ୍ୟୁରେଟର ସୁଜାନ ମୁଖାର୍ଜୀଙ୍କ କହିବା ଅନୁସାରେ ଏହି ପଡ଼ିଆ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍କୁ ଦୃଷ୍ଟିରେ ପ୍ରସ୍ତୁତ କରାଯାଇଛି।
ମୁଖାର୍ଜୀଙ୍କ ଅନୁସାରେ ଏହି ପଡ଼ିଆରେ ଉଭୟ ଟିମ୍ ମଧ୍ୟରେ ଭଲ ମ୍ୟାଚ୍ ହେବ ଏବଂ ଦର୍ଶକଙ୍କୁ ଏକ ସ୍ମରଣୀୟ ଅନୁଭୂତି ମିଳିବ। ଭାରତ ବିରାଟ କୋହଲିଙ୍କ ନେତୃତ୍ୱରେ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚ୍କୁ ତୃତୀୟ ଦିନରେ ବିଜୟୀ ହୋଇଥିଲା।
ମୁଖାର୍ଜୀ କହିଛନ୍ତି, ଗତ ସପ୍ତାହରେ ବର୍ଷା ଯୋଗୁଁ ପିଚ୍ ପ୍ରଭାବିତ ହୋଇଥିଲା କିନ୍ତୁ ଏହାକୁ ଠିକ କରିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ଥିଲା। ଏବେ ପିଚ୍ ଭଲ ସ୍ଥିିତିରେ ଅଛି। ଏହା ଏବେ ପ୍ରସ୍ତୁତ ଅଛି। ଇଡେନ ଗାର୍ଡେନ ଖେଳାଳିଙ୍କୁ ଭଲ ପିଚ ଦେବ। ଏଥି ପାଇଁ ଉଦ୍ୟମ କରାଯାଉଛି।