ଲଣ୍ଡନ: ଭାରତୀୟ କ୍ରିକେଟର ଶୁଭମନ ଗିଲ ଦମଦାର ଫର୍ମରେ ଅଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଶୁଭମନ ଅନେକ ବଡ଼ ରେକର୍ଡ ଭାଙ୍ଗିଛନ୍ତି।
ଗିଲ ଇଂଲଣ୍ଡ ବିରୋଧରେ ଲର୍ଡସ୍ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ଦ୍ବିତୀୟ ପାଳିରେ ମାତ୍ର ୬ରନ କରି ୨୩ବର୍ଷ ପୁରୁଣା ରାହୁଲ ଦ୍ରାବିଡ଼ଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଅର୍ଥାତ ଏହି ଟେଷ୍ଟ ସିରିଜରେ ତାଙ୍କର ୬୦୭ ରନ ହୋଇଯାଇଛି। ଯାହଫଳରେ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜରେ ସବୁଠାରୁ ଅଧିକ ରନ କରିଥିବା ଭାରତୀୟଙ୍କ ମଧ୍ୟରେ ଶୁଭମନ ଗିଲ ସାମିଲ ହୋଇଯାଇଛନ୍ତି। ଏହା ପୂର୍ବରୁ ଏହି ତାଲିକାରେ ରାହୁଲ ଦ୍ରାବିଡ଼ଙ୍କ ନାମ ଥିଲା। ରାହୁଲ ଟେଷ୍ଟ ସିରିଜରେ ୬୦୨ ରନ କରିଥିଲେ।
କିଛିବର୍ଷ ପୂର୍ବରୁ ଘରୋଇ ମଇଦାନରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ୭୪(୬୩) ରନ ଇନିଂସ ଖେଳିଥିଲେ ଶୁଭମନ ଗିଲ । ଏହି ଇନିଂସରେ ଗିଲ ୩୭ ବଲରେ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ଦିନିକିଆ କ୍ୟାରିୟରର ଏହା ନବମ ଅର୍ଦ୍ଧଶତକ ଥିଲା। ଏହାଛଡ଼ା ଦିନିକିଆ କ୍ୟାରିୟରରେ ସେ ୫ ଶତକ ମଧ୍ୟ ମାରିଥିଲେ। ଏହିଭଳି ଭାବେ ସେ ୧୪ ଥର ୫୦ ରନ୍ରୁ ଅଧିକ ରନ୍ ସ୍କୋର ସଂଗ୍ରହ କରିଥିଲେ।
ଫଳରେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆରେ ଓପନିଂ କରି ପ୍ରାରମ୍ଭର ୩୦ ଇନିଂସରେ ସର୍ବାଧିକ ୫୦ରୁ ଅଧିକ ସ୍କୋର କରିଥିବା ପ୍ରଥମ ଭାରତୀୟ କ୍ରିକେଟର ତାଲିକାରେ ସାମିଲ ହୋଇଥିଲେ। ଦିନିକିଆରେ ଓପନର୍ ଭାବେ ସଚିନ ପ୍ରଥମ ୩୦ ଇନିଂସରେ ୧୨ ଥର ୫୦ ରନ୍ରୁ ଅଧିକ ସ୍କୋର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/14/new-project-15-2025-07-14-17-11-09.jpg)