ଦୁବାଇ: ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଭାରତର ଦମଦାର ପ୍ରଦର୍ଶନ । ଆରମ୍ଭରୁ ଆକ୍ରମଣାତ୍ମକ ବୋଲିଂ କରି ବିପକ୍ଷ ନ୍ୟୁଜିଲାଣ୍ଡ ଟିମକୁ ଆରମ୍ଭରୁ ଦୁର୍ବଳ କଲାଣି ଟିମ୍ ଇଣ୍ଡିଆ ।
ଇତିମଧ୍ୟରେ ନ୍ୟୁଜିଲାଣ୍ଡର ୩ୟ ୱିକେଟର ପତନ । ୭୫ ରନରେ ପଡିଲା ୱିକେଟ । ୧୧ ରନ କରି ଆଉଟ୍ ହେଲେ ୱିଲିୟମସନ । ପଡିଆରେ କମାଲ କରୁଛନ୍ତି କୁଲଦୀପ । ତାଙ୍କ ଘାତକ ବୋଲିଂର ସାମ୍ନା କରିପାରୁ ନାହାନ୍ତି ବିପକ୍ଷ ଟିମ୍ । ପ୍ରଥମେ ରାଚିନ ପରେ ୱିଲିୟମସନ, ୨ୟ ଶିକାର କଲେ କୁଲଦୀପ । ବର୍ତ୍ତମାନ ସୁଦ୍ଧା ୧୮ ଓଭରରେ ୩ ୱିକେଟ ହରାଇ ୯୫ ରନ୍ କରିଛି ନ୍ୟୁଜିଲାଣ୍ଡ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/09/cVn9nWl4HJE2s56CYhE6.jpg)