ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଓଲଡଟାଫୋର୍ଟ ଷ୍ଟାଡିୟମ ‘ନୋ ଫ୍ଲାଇ ଜୋନ’ ଘୋଷିତ

ମାଞ୍ଚେଷ୍ଟର : ଇଂଲାଣ୍ଡଜର ଐତିହାସିକ ଶିଳ୍ପନଗରୀ ଓଲଡ ଟାଫୋର୍ଟଠାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ-୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଆଜିର ମ୍ୟାଚ ପାଇଁ ଓଲଡ ଟାଫୋର୍ଟ ଷ୍ଟାଡିୟମକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ଗତ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଭାରତ ବିରୋଧୀ ସ୍ଲୋଗାନ ଥିବା ବ୍ୟାନର ବିମାନ ମାଧ୍ୟମରେ ଆକାଶରେ ଉଡିବା ପରେ ବ୍ରିଟିଶ ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପୁଲିସର ଏହି ପଦକ୍ଷେପ ସଂପର୍କରେ ଇସିବି (ଇଂଲାଣ୍ଡ କ୍ରିକେଟ ବୋର୍ଡ) ପକ୍ଷରୁ ଆଇସିସି ଓ ବିସିସିଆଇକୁ ସୂଚୀତ କରାଯାଇଛି ।
ଗତ ଶନିବାର ଦିନ ଅନୁଷ୍ଠିତ ଲିଡ୍ସର ହେଡିଙ୍ଗଲେଠାରେ ଭାରତ-ଶ୍ରୀଲଙ୍କା ମ୍ୟାଚ ଚାଲିଥିବାବେଳେ “ ଭାରତ ଗଣହତ୍ୟା ବନ୍ଦ କରୁ, କାଶ୍ମୀରକୁ ମୁକ୍ତ କରୁ” ଲେଖାଥିବା ଏକ ବ୍ୟାନର ଏକ ବିମାନ ମାଧ୍ୟମରେ ଉଡାଯାଉଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ବେଳେ ଗୋଟିଏ ବିମାନରେ ଜଷ୍ଟିସ ଫର ବେଲୁଚିସ୍ତାନ (ବେଲୁଚିସ୍ତାନ ପାଇଁ ନ୍ୟାୟ) ଲେଖାଥିବା ବ୍ୟାନର ଲଗାଯାଇ ପ୍ରଦର୍ଶନ କରାଯାଇଥିଲା

ଏହି ଘଟଣାକୁ ନେଇ ଆଇସିସି ଅସନ୍ତୋଷ ପ୍ରକାଶ କରିଥିଲା । ଗତ ଥର ଘଟିଥିବା ଏପରି ଘଟଣା ସଂପର୍କରେ ପୁଲିସର ଦୃଷ୍ଟିଆକର୍ଷଣ କରାଯାଇଥିଲା ।

ସମ୍ବନ୍ଧିତ ଖବର