ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଖେଳିଛନ୍ତି ୧୧ ମ୍ୟାଚ୍‌: ଭାରତ ଜିତିଛି ୮, ପାକିସ୍ତାନ ୩

ଭୁବନେଶ୍ବର: ଆସନ୍ତାକାଲି ମେଲ୍‌ବର୍ଣ୍ଣରେ ଚଳିତ ବିଶ୍ବକପ୍‌ ମୁକାବିଲା ପୂର୍ବରୁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୋଟ ୬ ଥର ଭେଟାଭେଟି ହୋଇଥିଲା ବେଳେ ଭାରତ ୫ ଓ ପାକିସ୍ତାନ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି। ସେହିପରି ଉଭୟ ଦଳ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ମୋଟ ୧୧ ଥର ମୁହାଁମୁହିଁ ହୋଇଛନ୍ତି। ସେଥିରୁ ଭାରତ ୮ ଜିତିଥିଲା ବେଳେ ପାକିସ୍ତାନ ୩ ଜିତିଛି। ଅନ୍ୟପକ୍ଷରେ ୨୦୧୯ ଅକ୍ଟୋବର ପରଠାରୁ ଏହି ଦୁଇ ଦଳର ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ବିଜୟ ପ୍ରତିଶତ ଯଥାକ୍ରମେ ୭୦.୮୩ ଓ ୬୪.୯୧ ରହିଛି। ଏହି ଅବଧି ମଧ୍ୟରେ ଭାରତ ମୋଟ ୬୫ ମ୍ୟାଚ୍‌ ଖେଳିଥିଲା ବେଳେ ୪୬ ବିଜୟ ଓ ୧୭ ପରାଜୟ ପାଇଛି। ଅବଶିଷ୍ଟ ୨ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି। ସେହିପରି ପାକିସ୍ତାନ ମୋଟ ୬୨ ମ୍ୟାଚ୍‌ ଖେଳିଥିଲା ବେଳେ ୩୭ରେ ବିଜୟ ଓ ୨୦ରେ ପରାଜୟ ଭୋଗିଛି। ଅବଶିଷ୍ଟ ୫ ମ୍ୟାଚ୍‌ ବିନା ଫଳାଫଳରେ ସରିଛି।

ଆଉ ଏକ ପରିସଂଖ୍ୟାନ ଅନୁଯାୟୀ ୨୦୧୯ ଅକ୍ଟୋବର ପରଠାରୁ ଆନ୍ତର୍ଜାତିକ କ୍ରିକେଟ୍‌ରେ ଦୁଇ ଦଳ ପିଛା କରୁଥିଲା ବେଳେ ମଧ୍ୟ ଭାରତର ବିଜୟ ପ୍ରତିଶତ ପାକିସ୍ତାନ ତୁଳନାରେ ଅଧିକ ରହିଛି। ଭାରତ ୨୩ ମ୍ୟାଚ୍‌ରେ ପିଛା କରି ୨୦ ବିଜୟ ପାଇଥିଲା ବେଳେ ମାତ୍ର ୩ ମ୍ୟାଚ୍‌ ହାରିଛି। ତୁଳନାତ୍ମକ ଭାବେ ପାକିସ୍ତାନ ୩୨ ମ୍ୟାଚ୍‌ରେ ପିଛା କରି ୨୩ ଜିତିଥିଲା ବେଳେ ୮ ମ୍ୟାଚ୍‌ ହାରିଛି। ଅବଶିଷ୍ଟ ୩ ମ୍ୟାଚ୍‌ ଫଳାଫଳ ବିହୀନ ରହିଛି।

ସମ୍ବନ୍ଧିତ ଖବର