କୋଲ୍କାତା: ଆଜି କୋଲ୍କାତାର ‘ଇଡେନ୍ ଗାର୍ଡେନ୍’ଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆୟୋଜିତ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ଶନାକା ଟସ୍ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ୧.୦ ଓଭର୍ରେ କୌଣସି ୱିକେଟ୍ ନ ହରାଇ ଶ୍ରୀଲଙ୍କା ୫ ରନ୍ କରି ଖେଳୁଛି।
ଟସ୍ ଜିଣିବା ପରେ ଦାସୁନ୍ ଶୁନାକା କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍ କରିବୁ। ପ୍ରଥମେ ବ୍ୟାଟିଙ୍ଗ୍ କରିବା ଖୁବ୍ ଭଲ। ଖେଳ ପଡ଼ିଆର ସ୍ଥିତି ବି ଦେଖି ହେବ। ରନ୍ ସଂଗ୍ରହ କରିବା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ଉତ୍କଣ୍ଠିତ ନ ହୋଇ ସ୍ବାଭାବିକ ଭାବେ ଖେଳିବୁ।
ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି: ମୁଁ ଦ୍ବିଧାରେ ପଡ଼ିଥିଲି। ଗତ ଥର ଖେଳ କଥା ଭାବି ଆମେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ଚାହୁଁଥିଲୁ। କିନ୍ତୁ, ପଡ଼ିଆକୁ ଚାହିଁ ଫିଲ୍ଡିଙ୍ଗ୍ କରିବାକୁ ଚାହିଁଲୁ। ଯାହା ହୋଇଯାଇଛି, ଯାଇଛି, ଏଥର ଭଲ ଖେଳିବାକୁ ଚେଷ୍ଟା କରିବୁ। ଏଠାରେ ଖେଳିବାକୁ ମତେ ଭଲ ଲାଗେ। ଏଠାକାର ଉତ୍ସାହୀ ଦର୍ଶକ ମତେ ସବୁବେଳେ ଭଲ ଖେଳିବାକୁ ପ୍ରବର୍ତ୍ତାନ୍ତି।
/sambad/media/post_attachments/wp-content/uploads/2023/01/si-1-1024x576.jpg)
ଆଜି ଭାରତୀୟ କ୍ରିକେଟ୍ ଟିମ୍ରେ ଖେଳୁଛନ୍ତି: ରୋହତି ଶର୍ମା (ଅଧିନାୟକ), ଶୁବମନ୍ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟେର୍, କେ. ଏଲ୍. ରାହୁଲ୍ (ୱିକେଟ୍ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ମହମ୍ମଦ୍ ଶାମି, କୁଳଦୀପ ଯାଦବ, ଉମ୍ରାନ୍ ମଲିକ ଓ ମହମ୍ମଦ ସିରାଜ।
ସେହିପରି, ଶ୍ରୀଲଙ୍କା କ୍ରିକେଟ୍ ଟିମ୍ରେ ଆଜି ଖେଳୁଛନ୍ତି: ଅଭିକ୍ଷା ଫର୍ଣ୍ଣାଣ୍ଡୋ, ନୁୱାନିଦୁ ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡସ୍ (ୱିକେଟ୍ରକ୍ଷକ), ଚରିତ ଆଶଲଙ୍କା, ଧନଞ୍ଜୟ ଡି ସିଲ୍ଭା, ଦାସୁନ୍ ଶନାକା(ଅଧିନାୟକ), ୱାନିନ୍ଦୁ ହସରଙ୍ଗ, ଚମିକା କରୁଣାରତ୍ନେ, ଦୁନିତ ୱେଲ୍ଲାଲାଗେ, ଲାହିରୁ କୁମାର ଓ କସୁନ ରଜିତା।