ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ। ଏହି ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୨ ଓ୍ବିକେଟ ହରାଇ ୩୧୮ ରନ କରିଛି । ଆଜିର ମ୍ୟାଚର ପ୍ରମୁଖ ଆକର୍ଷଣ ଥିଲା ଯଶସ୍ବୀ ଜୟସ୍ବାଲଙ୍କ ଶତକ। ସେ ଅପରାଜିତ ୧୭୩ କରିଛନ୍ତି ଓ ଆସନ୍ତା କାଲି ସେ ଦ୍ବିଶତକ ପୂରଣ କରିବା ଆଶା କରାଯାଉଛି । ତାଙ୍କ ସହିତ କ୍ରିଜରେ ଅଛନ୍ତି ଅଧିନାୟକ ଶୁବମନ ଗିଲ । ସେ ୨୦ ରନ କରି ଖେଳୁଛନ୍ତି ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଜୟସ୍ବାଲ ଓ କେଏଲ ରାହୁଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୮ ରନ ଯୋଗ କରିବା ପରେ ରାହୁଲ ୩୮ ରନ କରି ଆଉଟ ହୋଇଥିଲେ । ଏହା ପରେ ସାଇ ସୁଦର୍ଶନ ଓ ଜୟସ୍ବାଲଙ୍କ ମଧ୍ୟରେ ଏକ ୧୯୩ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା । ସୁଦର୍ଶନ ୮୪ ରନ କରି ଆଉଟ ହୋଇଥିବାବେଳେ ଜୟସ୍ବାଲ ନିଜର ଶତକ ପୂରଣ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଜୋମେଲ ଓ୍ବାରିକାନ ୨ଟି ଓ୍ବିକେଟ୍ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/10/cri-2025-10-10-17-05-03.png)