ନୂଆଦିଲ୍ଲୀ: ଅକ୍ଟୋବର ୪ ତାରିଖରୁ ରାଜ୍କୋଟରେ ପ୍ରଥମ ଟେଷ୍ଟ ଖେଳାଯିବା ସହିତ ଭାରତ ଓ େଓ୍ଵଷ୍ଟଇଣ୍ଡିଜ୍ ମଧ୍ୟରେ ୭ ସପ୍ତାହ ବ୍ୟାପୀ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଆରମ୍ଭ ହେବ। ଏହି ଘରୋଇ ଶୃଙ୍ଖଳାରେ ପ୍ରଥମେ ଭାରତ ଦୁଇଟି ଟେଷ୍ଟ୍ ଖେଳିବା ପରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ୩ ମ୍ୟାଚ୍ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବ। ନଭେମ୍ବର ୧୧ ତାରିଖରେ େଓ୍ଵଷ୍ଟଇଣ୍ଡିଜ୍ ତା’ର ଭାରତ ଗସ୍ତ ଶେଷ କରିବ। ଏସିଆ କପ୍ ଶେଷ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ଶୃଙ୍ଖଳା ଖେଳାଯିବ। ଏଥିପାଇଁ େଓ୍ଵଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ସହ ଆଲୋଚନା ପରେ ମଙ୍ଗଳବାର ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସୂଚୀ ଘୋଷଣା କରିଛି। ବିରାଟ କୋହଲିଙ୍କ ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ରହିଥିଲା ବେଳେ ଶୁକ୍ରବାରଠାରୁ ପଞ୍ଚମ ତଥା ଶେଷ ଟେଷ୍ଟ ଖେଳିବ। ଇଂଲଣ୍ଡ ଗସ୍ତରୁ ଆସି କୋହଲିଙ୍କ ବିନା ଭାରତୀୟ ଦଳ ଏସିଆ କପ୍ ଖେଳିବାକୁ ୟୁଏଇ ଗସ୍ତ କରିବ। ଚଳିତ ମାସ ୧୫ରୁ ଏସିଆ କପ୍ ଆରମ୍ଭ ହୋଇ ସେପ୍ଟେମ୍ବର ୨୮ ତାରିଖରେ ଶେଷ ହେବ। ଏହାପରେ ଭାରତୀୟ ଦଳ ଅକ୍ଟୋବର ୪ ତାରିଖରୁ େଓ୍ଵଷ୍ଟଇଣ୍ଡିଜ୍ ସହ ଘରୋଇ ଶୃଙ୍ଖଳା ଖେଳିବ।
ରାଜ୍କୋଟରୁ ଭାରତ-ଇଣ୍ଡିଜ୍ ଟେଷ୍ଟ୍ ଶୃଙ୍ଖଳା
/sambad/media/post_attachments/wp-content/uploads/2018/09/west-ind.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)