ବେଙ୍ଗାଲୁରୁ: ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ବେଙ୍ଗାଲୁରୁରେ ଖେଳା ଯାଇଥିବା ୪ର୍ଥ ଦିନିକିଆ ମ୍ୟାଚରେ ୨୧ ରନ୍ରେ ହାରିବାକୁ ପଡ଼ିଛି। ଚଳିତ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ଦ୍ୱାରା ଦିଆଯାଇଥିବା ୩୩୫ ରନ୍ ବିଜୟ ଲକ୍ଷ୍ୟର ଜବାବରେ ଟିମ୍ ଇଣ୍ଡିଆ ୩୧୩ ରନ ସଂଗ୍ରହ କରିପାରିଥିଲା।
ସୂଚନାଯୋଗ୍ୟ, ଗତ ୧୦ଟି ଦିନିକିଆ ମ୍ୟାଚ ପରେ ଭାରତ ପ୍ରଥମ ଥର ପାଇଁ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ବିଦେଶ ଗସ୍ତରେ ଥିବା ଅଷ୍ଟ୍ରେଲିଆ ୧୪ଟି ମ୍ୟାଚରେ ପରାସ୍ତ ହେବା ପରେ ପ୍ରଥମ ଥର ପାଇଁ ଦିନିକିଆରେ ବିଜୟୀ ହୋଇଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ମ୍ୟାଚ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ସ୍ମରଣୀୟ ଅନୁଭୂତି ଆଣିଛି।
୧) ଭାରତୀୟ ଟିମ୍ ଗତ ୧୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପରାସ୍ତ ହୋଇଛି।
/sambad/media/post_attachments/wp-content/uploads/2017/09/rohit-rahane-300x165.jpg)
୨)ରୋହିତ ଶର୍ମା କୌଣସି ଏକ ଟିମ ବିପକ୍ଷରେ ୫୦ଟି ଛକା ମାରିବାରେ ପ୍ରଥମ ଭାରତୀୟ ଖେଳାଳି ଓ ବିଶ୍ୱର ୫ମ ଖେଳାଳି ହୋଇ ପାରିଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୫୩ଟି ଛକା ମାରିଛନ୍ତି।
୩)ରୋହିତ ଶର୍ମା ଓ ଆଜିଙ୍କ୍ୟ ରାହାଣେ ପ୍ରଥମ ଓ୍ଵିକେଟରେ ୧୦୬ରନ୍ ଯୋଡ଼ିଥିଲେ। ଏବର୍ଷ ଭାରତୀୟ ଟିମର ଦିନିକିଆରେ ୭ମ ଓପନିଂ ଶତକୀୟ ଭାଗିଦାରୀ।
୪) ବିରାଟ କୋହଲି ୧୩ ରନ୍ ସଂଗ୍ରହ କରିବା ସହିତ ଅଧିନାୟକ ଭାବରେ ୨,୦୦୦ ରନ୍ ପୂରଣ କରିଛନ୍ତି। କୋହଲି ୩୯ ମ୍ୟାଚକୁ ଏହା ପୂରଣ କରିଥିବା ବେଳେ, ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ୪୩ଟି ମ୍ୟାଚରେ ଏହି ରେକର୍ଡକୁ ପୂରଣ କରିଥିଲେ।
୫)ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ପ୍ରଥମ ଓ ବିଶ୍ୱର ୧୧ତମ ଖେଳାଳି ଭାବରେ ରେକର୍ଡ କରିଛନ୍ତି, ଯିଏ କି ୨୫ଟି ଦିନିକିଆରେ ୫୦୦ରୁ ଅଧିକ ରନ୍ ଓ ୨୫ଟି ଓ୍ଵିକେଟ ନେଇଛନ୍ତି।
୬) ଉମେଶ ଯାଦବ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଆଉଟ କରି ଦିନିକିଆ କ୍ରିକେଟରେ ୧୦୦ଟି ଓ୍ଵିକେଟ ପୂରଣ କରିଛନ୍ତି। ୧୦୦ଟି ଓ୍ଵିକେଟ ନେବାରେ ଉମେଶ ଭାରତର ୧୮ତମ ଖେଳାଳି ହୋଇଥିବା ବେଳେ, ବିଶ୍ୱର ୧୩୦ ତମ ଖେଳାଳି ହୋଇ ପାରିଛନ୍ତି।
୭)ଉମେଶ ୪ଟି ଓ୍ଵିକେଟ ନେଇ ୭୧ ରନ୍ ଦେଇଛନ୍ତି। ଅଷ୍ଟ୍ରେଲିଆ ବିରୋଧରେ ଏହା ହେଉଛି ତାଙ୍କର ସବୁଠାରୁ ଭଲ ପ୍ରଦର୍ଶନ।
୮)ଟିମ୍ ଇଣ୍ଡିଆର ଦ୍ରୁତଗାମୀ ବୋଲର ମୋହମ୍ମଦ ସାମିଙ୍କ ଏହା ଥିଲା ୫୦ତମ ଦିନିକିଆ।
ନିୟମିତ ୧୩ଟି ମ୍ୟାଚ ହାରିବା ପରେ ଅଷ୍ଟ୍ରେଲିଆର ବିଜୟ
ଅଷ୍ଟ୍ରେଲିଆ ଟିମ୍ ବିଦେଶ ମାଟିରେ ନିୟମିତ ଭାବରେ ୧୩ ମ୍ୟାଚରେ ପରାସ୍ତ ହେବା ପରେ ବେଙ୍ଗାଲୁରୁ ଦିନିକିଆରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆର ଓପନର ଡାଭିଡ ଓ୍ଵାର୍ଣ୍ଣରଙ୍କ ଏହା ଥିଲା ୧୦୦ତମ ଦିନିକିଆ। ଏଭଳି କରିବାରେ ସେ ହେଉଛନ୍ତି ୨୮ତମ ଅଷ୍ଟ୍ରେଲିଆ ଖେଳାଳି। ଓ୍ଵାର୍ଣ୍ଣର ୧୨୪ ରନ୍ ଯୋଡ଼ିଥିଲେ। ନିଜର ୧୦୦ତମ ମୁକାବିଲାରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ୩ୟ ଖେଳାଳି। ଏହି ମାମଲାରେ କ୍ରିସ ଗେଲ(୧୩୨) ଓ ମୋହମ୍ମଦ ୟୁସୁଫ(୧୨୯)ଙ୍କ ନାମରେ ରହିଛି। ୧୪ତମ ଶତକ ହାସଲ କରିଥିବା ଓ୍ଵାର୍ଣ୍ଣର ସାଥୀ ଖେଳାଳି ଅରୁଣ ଫିଞ୍ଚଙ୍କ ସହ ପ୍ରଥମ ଓ୍ଵିକେଟରେ ୨୩୧ ରନ୍ ଭାଗିଦାରୀ ହୋଇ ପାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/ind-aus.jpeg)