ଉଜ୍‌ବେକିସ୍ତାନ ରାଜଧାନୀ ତାସ୍‌କେଣ୍ଟଠାରେ ଆୟୋଜିତ ୨୮ତମ ଇଣ୍ଡିପେଣ୍ଡେଣ୍ଟ୍‌ କପ୍‌ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତାରେ ଭାରତକୁ ରୌପ୍ୟ

ଭୁବନେଶ୍ବର : ଚଳିତ ମାସ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଉଜ୍‌ବେକିସ୍ତାନ ରାଜଧାନୀ ତାସ୍‌କେଣ୍ଟଠାରେ ଆୟୋଜିତ ୨୮ତମ ଇଣ୍ଡିପେଣ୍ଡେଣ୍ଟ ଇଣ୍ଟରନ୍ୟାସ୍‌ନାଲ କପ୍‌ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତାରେ ଭାରତ ରୌପ୍ୟ ପଦକ ଜିତିଛି। ମୋଟ ୧୦ ଦେଶ ଭାଗ ନେଇଥିବା ଏହି ପ୍ରତିଯୋଗିତାରେ ଭାରତ ୧-୦ରେ ଆୟୋଜକ ଉଜ୍‌ବେକିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଦ୍ବିତୀୟ ମ୍ୟାଚ୍‌ରେ କାଜାକସ୍ତାନ ନିକଟରୁ ୦-୨ରେ ହାରିବା ପରେ ଫାଇନାଲ୍‌ରେ ଉଜ୍‌ବେକିସ୍ତାନଠାରୁ ୨୦-୩୦ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଭାରତୀୟ ଦଳରେ ଓଡ଼ିଶାର ତିନି ଜଣ ଖେଳାଳି ଆର୍ଯ୍ୟନ୍‌ ବ୍ରାହ୍ମିନ୍‌, ଆକାଶ ପଟ୍ଟନାୟକ ଓ ରଞ୍ଜିତ ମହାନ୍ତି ବରିଷ୍ଠ ଦଳରେ ପ୍ରତିନିଧିତ୍ବ କରି ରାଜ୍ୟ ପାଇଁ ନୂଆ ଇତିହାସ ରଚିଥିଲେ। ପୂରା ପ୍ରତିଯୋଗିତାରେ ମଧ୍ୟ ତିନି ଓଡ଼ିଆ ତାରକା ଭଲ ପ୍ରଦର୍ଶନ କରିଥିଲେ। ପୁଣି ରୌପ୍ୟ ପଦକ ଜିତି ଗୌରବ ମଧ୍ୟ ବହନ କରିଛନ୍ତି। ଏଭଳି ସଫଳତା ପାଇଁ ଓଡ଼ିଶା ହ୍ୟାଣ୍ଡ୍‌ବଲ୍‌ ସଂଘର ସଭାପତି ସୟଦ୍‌ ମକ୍‌ବୁଲ ଅଲ୍ଲୀ ଓ ସଂପାଦକ ବିରେନ୍‌ ବେହେରା ତିନି ଓଡ଼ିଆ ଖେଳାଳିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର