ଭୁବନେଶ୍ବର: ଦିଲ୍ଲୀର ତାଲକୋଟରା ଇନ୍‌ଡୋର୍‌ ଷ୍ଟାଡିୟମ୍‌ଠାରେ ଆୟୋଜିତ ସର୍ବଭାରତୀୟ ଇଣ୍ଡିପେଣ୍ଡେନ୍ସ କପ୍‌ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୮ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧୦ କାଂସ୍ୟ ସହ ମୋଟ ୨୦ ପଦକ ଜିତିଛି। ନୀଶାନ ସିଂହ ୨ଟି ଏବଂ ରାଜେଶ ମହାପାତ୍ର, ଲୋମା ସ୍ବାଇଁ, ଅର୍ଣ୍ଣାଦିତ୍ୟା ସ୍ବାଇଁ, ଊର୍ଜା ସାମନ୍ତ, ଡି ଧନୁଷ, ରେୟାଂଶ ଚୌଧୁରୀ ‌ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥି‌ଲେ। ଆର୍ଯ୍ୟବ୍ରତ ବିଶ୍ବାଳ ଓ ତ୍ରିଲୋଚନା ରଣା ରୌପ୍ୟ ପଦକ ପାଇଥିଲେ। କାଂସ୍ୟ ଜିତିଥିଲେ ବ୍ରତତୀ ବିଶ୍ବପ୍ରଭା ପତି, ଯୋଗେଶ ବରିହା, ଆଦିତ୍ୟ ବାରିକ, ବାସୁଦେବ ପଣ୍ଡା, ବିନ୍ଦୁ ଜେନା, ଆର୍ଯ୍ୟ ବଂଶିକା, ଅର୍ଣ୍ଣାଦିତ୍ୟ ସ୍ବାଇଁ, ଊର୍ଜା ସାମନ୍ତ, ରିୟାଂଶ ଚୌଧୁରୀ ଓ ଡି ଧନୁଷ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୨୬ଜଣ କରାଟେକା ଭାଗ ନେଇଥିଲେ। ପଦକ ବି‌ଜୟୀମାନଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାଂପନ କରାଯାଇଛି।