ତୁରିନ (ଇଟାଲି): ଚଳିତ ସ୍ବତନ୍ତ୍ର ଅଲିମ୍ପିକ୍ସ ଶୀତକାଳୀନ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଚମକ ଜାରି ରହିଛି। ଦ୍ବିତୀୟ ଦିନରେ ଭାରତୀୟ ଖେଳାଳି ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଛନ୍ତି। ଫଳରେ ଭାରତର ମୋଟ ପଦକ ସଂଖ୍ୟା ୯ରେ ପହଞ୍ଚିଛି। ଉଦ୍ଘାଟନୀ ଦିବସରେ ସ୍ନୋ ବୋର୍ଡିଂରୁ ୪ ପଦକ ଆସିଥିଲା ବେଳେ ଦ୍ବିତୀୟ ଦିନରେ ନୋଭିସ୍ ସ୍ଲାଲୋମ ଫାଇନାଲ୍ରେ ଭାରତୀ ଡିଭିଜନ ଏଫ୍୨୫ରେ ସ୍ବର୍ଣ୍ଣ ଓ ହର୍ଷିତ ଠାକୁର ଭିଜନ୍ ଏଫ୍୨୫ ନୋଭିସ୍ ସ୍ଲାଲୋମରେ କାଂସ୍ୟ ଜିତିଥିଲେ।
ଚଳିତ ପ୍ରତିଯୋଗିତାରେ ଭାରତୀଙ୍କର ଏହା ଦ୍ବିତୀୟ ସ୍ବର୍ଣ୍ଣ ଏବଂ ପୂର୍ବରୁ ରୌପ୍ୟ ଜିତିଥିବା ହର୍ଷିତାଙ୍କ ଦ୍ବିତୀୟ ପଦକ। ଅଲ୍ପାଇନ୍ ସ୍କିଂରେ ଭାରତକୁ ଗୋଟିଏ ସ୍ବର୍ଣ୍ଣ ଓ ୨ ରୌପ୍ୟ ମିଳିଛି। ଇଣ୍ଟରମେଡିଏଟ୍ ଜିଆଣ୍ଟ୍ ସ୍ଲାଲୋମ ଫାଇନାଲ୍ରେ ନିର୍ମଳା ଦେବୀ (ଡିଭିଜନ ଏଫ୍୦୬) ସ୍ବର୍ଣ୍ଣ ଜିତିଥିଲା ବେଳେ ରାଧା ଦେବୀ (ଡିଭିଜନ ଏଫ୍୦୧) ରୌପ୍ୟ ପାଇଥିଲେ। ପୁରୁଷ ନୋଭିସ୍ ଜିଆଣ୍ଟ୍ ସ୍ଲାଲୋମ ଫାଇନାଲ୍ରେ ଅଭିଷେକ କୁମାର (ଡିଭିଜନ ଏମ୍୦୨) ରୌପ୍ୟ ଜିତିଥିଲେ।