୩ୟ ଏକଦିବସୀୟ : ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ସୁଧୁରିଲା ଭାରତର ସ୍ଥିତି

ବେ ଓଭାଲ : ନ୍ୟୁଜିଲାଣ୍ଡର ମାଉଣ୍ଟ ମୁଙ୍ଗାନୁସ୍ଥିତ ବେ ଓଭାଲ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ଏକଦିବସୀୟ ସିରିଜର ୩ୟ ତଥା ଚୂଡ଼ାନ୍ତ ମ୍ୟାଚରେ ଟସ ଜିଣି ନ୍ୟୁଜିଲାଣ୍ଡ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ଶେଷ ଖବର ମିଳିବା ପର୍ଯ୍ୟନ୍ତ ୨୮ ଓଭରରେ ୩ ଓ୍ଵିକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା ।

ଆରମ୍ଭରୁ ଭାରତୀୟ ଦଳ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ଅଧିନାୟକ ବିରାଟ କୋହଲିଙ୍କ ଓ୍ଵିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ଅନ୍ୟତମ ଓପନର ପୃଥିବୀ ଶାହା ଓ ଶ୍ରେୟାସ ଆୟାର ସତର୍କତାର ସହ ଖେଳି ଦଳକୁ ବିପଦମୁକ୍ତ କରିଥିଲେ । ତେବେ ପୃଥିବୀ ୪୦ ରନରେ ରନଆଉଟ ହେବା ପରେ ଦଳ ପୁଣି ସମସ୍ୟାରେ ପଡ଼ିଥିଲା । କିନ୍ତୁ ଲୋକେଶ ରାହୁଲ ଏବେ ଆୟାରଙ୍କ ମିଶି ଦଳୀୟ ସ୍କୋରକୁ ଆଗେଇ ନେଉଛନ୍ତି । ରାହୁଲ ଏବେ ୩୮ ରନ ଓ ଆୟାର ୫୫ ରନରେ ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ତରଫରୁ ଜେମିସନ ଓ ବେନେଟ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ନ୍ୟୁଜିଲାଣ୍ଡ ବିଜୟୀ ହୋଇସାରିଛି ।

ସମ୍ବନ୍ଧିତ ଖବର