ଭାରତ ୨-୦ରେ ଶୃଙ୍ଖଳା ଜିତିଲା

ଯୁବ ଟେଷ୍ଟ୍‌: ଶ୍ରୀଲଙ୍କାର ପୁଣି ପାଳି ପରାଜୟ

ହମ୍ବାଣ୍ଟୋଟା: ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ୍‌ ଦେଖାଇ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଯୁବ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୦ରେ ମୂଳପୋଛ କରିନେଇଛି। ଉଭୟ ଟେଷ୍ଟରେ ଘରୋଇ ଦଳ ପାଳି ପରାଜୟ ବରଣ କରିଛି। ପ୍ରଥମ ଟେଷ୍ଟକୁ ଏକ ପାଳି ଓ ୨୧ ରନ୍‌ରେ ଜିତିଥିବା ଭାରତୀୟ ଯୁବ ଦଳ ଶୁକ୍ରବାର ଶେଷ ଦିନରେ ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ଏକ ପାଳି ଓ ୧୪୭ ରନ୍‌ରେ ଜିତିନେଇଛି। ଦ୍ୱିତୀୟ ଟେଷ୍ଟରେ ଭାରତ ୬୧୩/୮ରେ ପ୍ରଥମ ପାଳି ଘୋଷଣା କରିଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୩୧୬ ଓ ଦ୍ୱିତୀୟ ପାଳିରେ ୧୫୦ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଉଭୟ ପାଳିରେ ସିଦ୍ଧାର୍ଥ ଦେଶାଇ ୬ (୨+୪), ମୋହିତ ଜାଙ୍ଗ୍ରା ୫ (୪+୧), ୟାତିନ୍‌ ମଙ୍ଗ୍‌ଓ୍ଵାନୀ ୪ (୨+୨), ଆୟୂଷ ବାଦୋନି ୪ (୨+୨) ଏବଂ ଅର୍ଜୁନ ତେନ୍ଦୁଲକର ୧ ଶ୍ରୀଲଙ୍କାର ୨୦ ଓ୍ଵିକେଟ୍‌ ବାଣ୍ଟି ନେଇ ଭାରତକୁ ସହଜ ବିଜୟ ଭେଟି ଦେଇଥିଲେ। ସଂକ୍ଷିପ୍ତ ସ୍କୋର୍‌: ଭାରତ ପ୍ରଥମ ପାଳି ୧୨୮.୫ ଓଭରରେ ୬୧୩/୮ ଘୋଷିତ (ଅଥରଓ୍ଵା ତାଇଡେ-୧୭୭, ପବନ ଶାହା-୨୮୨*, ନେହରାଲ୍‌ ଓ୍ଵାଧେରା-୬୪, ଆର୍ଯ୍ୟନ୍‌ ଜୁୟଲ୍‌-୪୧। ଶ୍ରୀଲଙ୍କା ପ୍ରଥମ ପାଳି ୧୧୪.୩ ଓଭରରେ ୩୧୬ (ପାସିନ୍ଦୁ ସୋରିୟାବନ୍ଦରା-୧୧୫, ସୋନାଲ ଦିନୁଷା-୫୧, ମୋହିତ ଜାଙ୍ଗ୍ରା-୩/୭୬, ୟାତିନ୍‌ ମଙ୍ଗ୍‌ଓ୍ଵାନୀ ୨/୩୦, ଆୟୂଷ ବାଦୋନି ୨/୩୯, ସିଦ୍ଧାର୍ଥ ଦେଶାଇ ୨/୮୪)। ଶ୍ରୀଲଙ୍କା ଦ୍ୱିତୀୟ ପାଳି (ଫଲୋଅନ୍‌) ୬୨.୨ ଓଭରରେ ୧୫୦ (ନୁଓ୍ଵାନିନ୍ଦୁ ଫର୍ନାଣ୍ଡୋ-୨୮, ସାନ୍ଦୁନ ମେଣ୍ଡିସ୍‌-୨୬,  ନିଶାନ୍‌ ଫର୍ନାଣ୍ଡୋ-୨୫, ସିଦ୍ଧାର୍ଥ ଦେଶାଇ ୪/୪୦, ୟାତିନ୍‌ ମଙ୍ଗ୍‌ଓ୍ଵାନୀ ୨/୯, ଆୟୂଷ ବାଦୋନି ୨/୧୭)।

ସମ୍ବନ୍ଧିତ ଖବର